କେତେ ଦୂର ଯିବ ସାହାଜହାନ ଶେଖ ? ଆଉ ଏକ କେସ୍ ରୁଜୁ କଲା ଇଡି, ୬ଟି ସ୍ଥାନରେ ଚଢଉ


କୋଲକାତା: ସନ୍ଦେଶଖାଲିରେ ହିନ୍ଦୁ ମହିଳାଙ୍କ ସହ ଯୌନ ନିର୍ଯାତନା ଓ ଜମି ହଡପ କରିବା ଆଦି ମାମଲାରେ ଫସିଥିବା ଟିଏସିର ବିଧାୟକ ସାହାଜହାନ ଶେଖର ମୁସ୍କିଲ ବଢିବାରେ ଲାଗିଛି । ଏବେ ତା ବିରୋଧରେ ଇଡି ମାମଲା ରୁଜୁ କରିଛି । ସାହଜହାନ ଶେଖ ବିରୋଧରେ ପୂର୍ବରୁ ରାସନ ଦୁର୍ନୀତିର ତଦନ୍ତ ଜାରି ରହିଛି । ଏବେ ତା ବିରୋଧରେ ଜମି ହଡପର ନୂତନ କେସ୍ ରୁଜୁ ହୋଇଛି । ସାହାଜହାନ ଜାନୁଆରୀ ୫ରୁ ଫେରାର ଅଛି ଏବଂ ପୋଲିସ ତା ସନ୍ଧାନରେ ଜୁଟି ଯାଇଛି । ଶୁକ୍ରବାର ଇଡି ୬ଟି ସ୍ଥାନରେ ଚଢାଉ କରିଛି । ଜାନୁଆରୀରେ ଇଡି ସାହାଜହାନର ସନ୍ଦେଶଖାଲି ସ୍ଥିତ ଘରେ ପହଂଚିଥିଲା ।

ଏହି ସମୟରେ ଇଡି ଟିମ୍ ଉପରେ ଗାଁ ଲୋକେ ଆକ୍ରମଣ କରିଥିଲେ । ଇଡିର ଅନେକ ଅଧିକାରୀ ଆହତ ହୋଇଥିଲେ ଏବଂ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତି କରିବାକୁ ପଡିଥିଲା । ଏହା ପରଠୁ ସାହାଜହାନ ଶେଖ ଫେରାର ଅଛି । ମାମଲା ହାଇକୋର୍ଟ ପହଂଚି ସାରିଛି ଏବଂ କୋର୍ଟ ମମତା ସରକାରଙ୍କୁ ଉପଦେଶ ଦେଇଛନ୍ତି ଯେ, ଏହି ଧରଣର ଅପରାଧୀଙ୍କୁ ସୁରକ୍ଷା ଦେଇ ପାରିବେ ନାହିଁ । ଏହି କ୍ରମରେ ଆଜି ଇଡି ହାୱଡା, ଦକ୍ଷିଣ କୋଲକାତାର ୬ଟି ସ୍ଥାନରେ ଚଢଉ କରିଛି । ଏଥିରେ ଦୁଇ ବ୍ୟବସାୟୀଙ୍କ ଘର ସାମିଲ୍ । ଏଠାରେ ଛପି ରହିଥିବା ଇଡିକୁ କୌଣସି ସୂତ୍ରରୁ ଖବର ମିଳିଥିଲା । ହେଲେ ଏଠାରେ ମଧ୍ୟ ଇଡିକୁ ନିରାଶ ହେବାକୁ ପଡିଛି ।

ସନ୍ଦେଶଖାଲି କେସରେ ଟିଏମସି ସରକାର ଅଡୁଆରେ ପଡିଛି । ଖୋଦ୍ ପିଏମ ମୋଦୀ ମଧ୍ୟ ମାର୍ଚ୍ଚର ପ୍ରଥମ ସପ୍ତାହରେ ପଶ୍ଚିମବଙ୍ଗ ଗସ୍ତ କରିବେ । ଏହି ସମୟରେ ସେ ସନ୍ଦେଶଖାଲିର ପୀଡିତ ଲୋକଙ୍କୁ ଭେଟିବେ । ସୂଚନାଯୋଗ୍ୟ, ଯେଉଁ ରାସନ ଦୁର୍ନୀତିରେ ସାହାଜାହନ ଶେଖ ଅଭିଯୁକ୍ତ ସେହି କେସରେ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକ ଗିରଫ ହୋଇ ସାରିଛନ୍ତି ।