Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମଯୁବ ଶକ୍ତିହିଁ ଦେଶ ପ୍ରଗତିର ସାଥି

ଜମନକିରା ; ଯୁବ ଶକ୍ତିହିଁ ଦେଶ ପ୍ରଗତିର ସାରଥି। ସେଥିପାଇଁ ସୁରକ୍ଷିତ ସ୍ୱାସ୍ଥ୍ୟ ଓ ପ୍ରାଥମିକ ଚିକିତ୍ସା ଜୀବନ ପାଇଁ ଅମୂଲ୍ୟ ସଂପତ୍ତି, ଯାହାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ସମନ୍ୱିତ ଯୁବ ଶକ୍ତିକୁ ମଜଭୁତ କରିବାକୁ ଅଭିନବ ପଦକ୍ଷେପ ସ୍ୱରୂପ ଛାତ୍ର ଅବସ୍ଥାରୁ ସଚେତନ କରୁଛନ୍ତି। ତାହା ପ୍ରତିଟି ପ୍ରାଣ ପାଇଁ ଜୀବନ ଦର୍ଶନ ବୋଲି ଆଜି ମତପ୍ରକାଶ ପାଇଛି।କୁଚିଣ୍ଡା ସ୍ଥିତ ଅର୍ଡାବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଅବସରରେ ଆଜି ମୁଖ୍ୟ ଅତିଥି ଭାବେ ସାମାଜିକ କର୍ମୀ ତଥା ରେଡକ୍ରସର ଆଜୀବନ ସଦସ୍ୟ ଡା.ରାଜାରାମ ଷଡଙ୍ଗୀ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଜୀବନ ଶୈଳୀ ଉପରେ ନିଜର ପ୍ରାଧାନ୍ୟତା ପ୍ରକାଶ କରିବା ସଂପର୍କରେ ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ। ଏହାପରେ ଫାଷ୍ଟ-ଏଡ (ପ୍ରାଥମିକ ଚିକିତ୍ସା) ଓ ସୁରକ୍ଷିତ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ପେୟ,ଦିନ ଓ ରାତ୍ର ଚର୍ଚ୍ଚା, ଆଚାର ବ୍ୟବହାର, ପରିବେଶ, ପରିଚ୍ଛନତା ପ୍ରଭୃତି ବିଷୟରେ ଆଲୋଚନା କରି ଏହାର ପ୍ରଦର୍ଶନ ଦେଖାଇ ବୁଝାଇଥିଲେ। ମହାବିଦ୍ୟାଳୟ ଅଧ୍ଯକ୍ଷ ରଞ୍ଜନ କୁମାର ନାଏକ ଏଥିରେ ଅଧ୍ୟକ୍ଷତା କରି ଅତିଥି ପରିଚୟ ପ୍ରଦାନ କରିଥିଲେ। ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ କାର୍ଯ୍ୟକ୍ରମକୁ ବିକଶିତ କରିବାକୁ ଲକ୍ଷ ରଖିଥିବା ନେଇ ଅନ୍ୟ ମାନଙ୍କ ମଧ୍ୟରେ ବଟାନି ବିଭାଗର ରବିନ୍ଦ୍ର କୁମାର ଓଝା, ଫିଜିକ୍ସ ବିଭାଗର ଶୁଭଲକ୍ଷ୍ମୀ ପଟ୍ଟନାୟକ, ଗଣିତ ବିଭାଗର ସୁନିମା ନାୟକ, କେମେଷ୍ଟି ବିଭାଗର ଗୁନୁଜନ ଖୁଣ୍ଟିଆ, ଓଡିଆ ବିଭାଗର ଉଦୟ କୁମାର ପାଣିଗ୍ରାହୀ, ମେଟ୍ରନ ବାସନ୍ତୀ ପଟେଲ ଓ ସୁକାନ୍ତୀ ଭଁଇସା ଉପସ୍ଥିତ ରହି ଶିକ୍ଷାର୍ଥୀଙ୍କୁ ପ୍ରତିଭା ବିକାଶ ନେଇ ଉତ୍ସାହିତ କରିଥିଲେ । ଆଜିର ଆଲୋଚନାକୁ ଶିକ୍ଷାର୍ଥୀ ମାନେ ଗୁରୁତ୍ୱର ସହିତ ଗ୍ରହଣ କରିବେ ଓ ଆଲୋଚନାକୁ କାର୍ଯ୍ୟରେ ପରିଣତ କରିବାକୁ କହିଥିଲେ। ଶେଷରେ ଅଧ୍ୟାପିକା ଶୁଭଲକ୍ଷ୍ମୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ