ମା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚରେ ନୂଆପାଲି କୁ ହରାଇ ଘଣ୍ଟପାଲି ଦଳ ଚାମ୍ପିଅନ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଦେଉଳ ମୁଣ୍ଡା ଖେଳ ପଡିଆରେ ଚାଲିଥିବା ମା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଫାଇନାଲ ଖେଳରେ ନୂଆପାଲି କୁ ହରାଇ ଘଣ୍ଟ ପାଲି ଦଳ ଚାମ୍ପିଅନ ହୋଇଥିଲା l ପରିଚାଳନା କମିଟିର ସଭାପତି ଶୁଭେନ୍ଦୁ ଚାନ୍ଦ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ଶୁଭ୍ରାଂଶୁ ପାଢୀ ସଂଯୋଜନା କରିଥିଲେ l ବୀରମହାରାଜପୁର ଜିଲ୍ଲା ପରିଷଦ ସଭ୍ଯ ଲବ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଶ୍ରୀନିବାସ ଚାନ୍ଦ , ଧୀରେନ୍ଦ୍ର ବାଘ , ବ୍ୟୋମୋକେଶ ପଣ୍ଡା , ରାଧାକାନ୍ତ ବାଘ, କ୍ଷୀରlନବ ମହାକୁର ଗୋପବନ୍ଧୁ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ I ରଞ୍ଜିତ ଚାନ୍ଦ ଓ ଅଜିତ ଚାନ୍ଦ ଖେଳ ପରିଚାଳନା କରିଥିଲେ I