Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ବ୍ଲକରେ ସହାୟକ ମୂଲ୍ୟାଙ୍କନ ଶିବିର ଅନୁଷ୍ଠିତ

ଜମନକିରା : ଆଜି ଜମନକିରା ବ୍ଲକ ମିଶନ ଶକ୍ତି ଗୃହରେ ସହାୟକ ମୂଲ୍ୟାଙ୍କନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୭୨ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଅସ୍ଥିଶଲ୍ୟ ବିଭାଗ ୨୯, ଦୃଷ୍ଟି ବଧିତ ୧୪, ଶ୍ରବଣ ବାଧିତ ୧୩, ମାନସିକ ଅନଗ୍ରସର ୧୬ ଜଣଙ୍କ ସହାୟକ ମୂଲ୍ୟାଙ୍କନ କରାଯାଇଛି। ଏଥିରେ ସମ୍ବଲପୁର ରୁ ଶ୍ରବଣ ବାଧିତ ପରୀକ୍ଷକ ଧରିତ୍ରୀ ଗଡ଼ତ୍ୟା, ଅସ୍ଥିଶଲ୍ୟ ବିଭାଗ ବୈଷୟିକ ଅଧିକାରୀ ସ୍ଵାତୀ ସୁଚରିତା ଗିରୀ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ବେଳେ କାର୍ଯ୍ୟକ୍ରମ କୁ ଜମନକିରା ବ୍ଲକର ବିଏସଏସଓ ଅଜିତ ସାହୁ, ସୁଧୀର କୁମାର ସେନାପତି ପରିଚାଳନା କରିଥିଲେ। ପ୍ରିନ୍ସ କୁମାର ସିଂ ଏବଂ ଭବାନୀ ମୁଦୁଲି ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ