ଲାଇନ ଗଲେ ଅନ୍ଧାରରେ ବ୍ୟାଡ଼ମୀଣ୍ଟନ ହଲ ,ବର୍ଷେ ହେଲା ମରାମତି ହେଉନି ଡିଜେ -ଏବିସି

ସମ୍ବଲପୁର:କିଛି ମାସ ହେଲା ରାଜ୍ୟ ସରକାର ଙ୍କର କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପେ ଏଣ୍ଡ ପ୍ଲେ ନିୟମ l ସରକାର ଙ୍କ ଅଧିନସ୍ଥ ବିଭିନ୍ନ କ୍ରୀଡ଼ାଙ୍ଗନ ରେ ଖେଳିବା ପାଇଁ ଏହି ଯୋଜନା ଲାଗୁ କରାଯାଇଛି l ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିଅମ ପରିସରରେ ଅବସ୍ଥିତ ଇଣ୍ଡୋର ବ୍ୟାଡ଼ମୀଣ୍ଟନ ହଲ ରେ ମଧ୍ୟ ଏହି ନିୟମ ଲାଗୁ କରାଯାଇଛି l ଏହି ପେ ଏଣ୍ଡ ପ୍ଲେ ନିୟମ ଆଧାରରେ ପ୍ରିପେଡ ଆକାରରେ ଖେଳ ଫି ଦେବାକୁ ହେଉଛି ହେଲେ ଆଗରୁ ୫୦୦ ଟଙ୍କା ଥିଲା ବେଳେ ନିୟମ ଲାଗୁହେଲେ ପରେ ଏହା ୧ ହଜାରଟଙ୍କା ଧାର୍ଯ୍ୟ କରାଯାଇଥିଲା l ହେଲେ ଏହି ବାବଦ ରେ ମୁଖ୍ୟମନ୍ତ୍ରୀ ଙ୍କର ଉଦେଶ୍ୟ ରେ ଫି ହ୍ରାସ ପାଇଁ ଲେଖା ଅଭିଯାନ ଆରମ୍ଭ ହେଲାପରେ ମାସିକ ୧ ହଜାର ଟଙ୍କା ଫି କୁ ହ୍ରାସ କରାଯାଇ ୮ ଶହ ଟଙ୍କା କୁ ଧାର୍ଯ୍ୟ କରାଯାଇଥିଲା l
ସରକାର କ୍ରୀଡା କ୍ଷେତ୍ର ର ବିକାଶ ପାଇଁ ବିଭିନ୍ନ ଯୋଜନା ଘୋଷଣା କରି କୋଟି କୋଟି ଟଙ୍କା ଘୋଷଣା କରୁଥିବା ବେଳେ ସୁସ୍ଥ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶିଳ ଥିବା କ୍ରୀଡାପ୍ରେମୀ ଙ୍କ ପ୍ରତି ସରକାର ଙ୍କ ଏପରି ମାନସିକତା କାହିଁକି ବୋଲି ଆମର ବ୍ୟାଡ଼ମୀଣ୍ଟନ କ୍ଲବ ର ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି l ଦୁର୍ଭାଗ୍ୟର ବିଷୟ ଏହିଯେ, ବ୍ୟାଡ଼ମୀଣ୍ଟନ ହଲ ଓ ଜିମନାସିଅମ ପାଇଁ ଉଦ୍ଧିଷ୍ଟ ଡିଜେ ଏକ ବର୍ଷ ହେଲା ଅକାମି ହୋଇ ପଡ଼ିରହିଛି l ପେ ଏଣ୍ଡ ପ୍ଲେ ନିୟମ ରେ କ୍ରୀଡା ପ୍ରେମୀ ବ୍ୟକ୍ତି ଙ୍କର ଖେଳିବା ପାଇଁ ଫି ବୃଦ୍ଧି ତ କଲ ହେଲେ ଡିଜେ ର ମରାମତି କି ସ୍ୱତନ୍ତ୍ର ବ୍ୟବସ୍ଥା କରୁନଥିବା ଦୁର୍ଭାଗ୍ୟ ର ବିଷୟ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି l ସୂଚନା ଯୋଗ୍ୟ ଯେ, ଇଲେକ୍ଟ୍ରି ଲାଇନ ଚାଲିଗଲେ ସମ୍ପୂର୍ଣ୍ଣ ଭାବେ ବ୍ୟାଡ଼ମୀଣ୍ଟନ ହଲ ଟି ଅନ୍ଧାର ହୋଇଯାଉଛି, ଯାହାକି ବାରମ୍ବାର ନିରାଶ କରୁଛି କ୍ରୀଡ଼ାପ୍ରେମୀ ବରିଷ୍ଠ ବ୍ୟକ୍ତିଙ୍କୁ l
କ୍ରୀଡା କ୍ଷେତ୍ରର ଭିତ୍ତିଭୂମି ର ଉନ୍ନତି ପାଇଁ ଯଦି ଏତେ ଚିନ୍ତା କରୁଛ ତାହେଲେ କ୍ରୀଡା ପ୍ରତି ସମର୍ପଣ ଭାବ ରଖି ନିୟମିତ ଖେଳୁଥିବା ବରିଷ୍ଠ ବ୍ୟକ୍ତି ଙ୍କର କଥା କାହିଁକି ଭୁଲିଯାଉଛ ବୋଲି ଶ୍ରୀ ପାଣିଗ୍ରାହୀ ଉଦବେଗ ପ୍ରକାଶ କରିଛନ୍ତି l କ୍ରୀଡା ବିଭାଗ ତଥା ସ୍ଥାନୀୟ ଜିଲ୍ଲା ପ୍ରଶାସନ କୁ ଏହି ଅଭାବନିୟ ପରିସ୍ଥିତି ର ସମାଧାନ ଦିଗରେ ଯତ୍ନବାନ ହେବାକୁ ଶ୍ରୀ ପାଣିଗ୍ରାହୀ ଦାବୀ ଜଣାଇଛନ୍ତି l