Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜେସିବି ଧକ୍କାରେ ଜଳିଗଲା ଟ୍ରକ୍, ଅନ୍ୟ ଏକ କାରରେ ବାଜି କାର ମଧ୍ୟ ଦୁର୍ଘଟଣାଗ୍ରସ୍ତ

ସମ୍ବଲପୁର : ସଦର ଥାନା ଅନ୍ତର୍ଗତ କୁଦୋପାଲି ବ୍ରିଜ ନିକଟରେ ଭୁଲ ରାସ୍ତାରେ ଯାଉଥିବା ଏକ ଜେସିବି ଧକ୍କାରେ ଏକ ଟ୍ରକ୍ ସଂପୂର୍ଣ୍ଣ ଜଳି ଯିବା ସହିତ ଅନ୍ୟ ଏକ କାର ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାରେ କୌଣସି ଜୀବନ ହାନୀ ହୋଇ ନଥିଲେ ମଧ୍ଯ ଦୂର୍ଘଟଣାଟି ଲୋକଙ୍କ ଛାତି ଥରାଇ ଦେଇଛି। ସୂଚନା ଅନୁସାରେ ଏକ ଜେସିବି ଓଡି ୧୫ ୟୁ ୭୧୩୬ ସମ୍ୱଲପୁର ପଟୁ ଜୟନ୍ତପୁର ଆଡ଼କୁ ଭୁଲ ରାସ୍ତାରେ ଅର୍ଥାତ୍ ଡାହାଣ ପଟ ସିମେଣ୍ଟ ରାସ୍ତାରେ ଯାଉଥିବା ବେଳେ ସାମନା ପଟୁ ଆସୁଥିବା ଆଇରନ ଓର ବୋଝେଇ ଏକ ଟ୍ରକ୍ ଓଆର ୦୯ ଏନ ୪୪୪୮ କୁ ଜେସିବିର ଆଗ ବକେଟରେ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜେସିବିଟି ଓଲଟି ପଡିଥିଲା। ଓଲଟିବା ସମୟରେ ଏକ କାର ଓଡ଼ି ୦୮ ଏନ୍ ୫୪୯୩ରେ ବାଜିଥିଲା। ଏଥିରେ କାରଟି କ୍ଷତିଗ୍ରସ୍ତ ହେବା ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଟ୍ରକ୍ ଟି ସମ୍ପୂର୍ଣ ଭାବେ ଜଳି ଯାଇଥିଲା। ଖବର ପାଇ ତୁରନ୍ତ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କୁ ଡ଼କାଇ ନିଆଁକୁ ଆୟତ୍ତ କରିଥିଲେ। ଦୁର୍ଘଟଣା ଘଟାଇଥିବା ଜେସିବିକୁ ସଦର ପୋଲିସ ଜବତ କରିବା ସହିତ ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛନ୍ତି।ତେବେ ଏହି ଜାତୀୟ ରାଜପଥ ମରାମତି ନାମରେ ମାସ ମାସ ଧରି ରାସ୍ତା କୋଡି ରଖିବା ଫଳରେ ପ୍ରତିଦିନ ବାରମ୍ବାର ଛୋଟ ବଡ ଘଟଣା ଘଟୁଛି। ଗତକାଲି ସକାଳେ ବିନାୟକ ଡେରାରେ ୨ ବାଇକ ମଧ୍ୟରେ ଘଟଣା ଘଟି ଜଣେ ଆହତ ହୋଇଥିବା ବେଳେ ସେହି ରାସ୍ତାର କୁଦୋପାଲି ଜମନକିରା ଥାନା ଅଞ୍ଚଳର ଆମ୍ବଲାଙ୍ଗ ଠାରେ ବସ ଦୂର୍ଘଟଣା ଘଟି ୧୦ ଆହତ ହୋଇଥିବା ନେଇ ଖବର ଆମର ହସ୍ତଗତ ହୋଇଛି । ଯୁଦ୍ଧକାଳିନ ଭିତ୍ତିରେ ଏହି ଜାତୀୟ ରାଜପଥ ନିର୍ମାଣ କାମ ସଂପୂର୍ଣ୍ଣ ନହେଲେ ଜନ ଜୀବନ ପ୍ରତି ବିପଦ ଥିବାରୁ ଦିନକୁ ଦିନ ଜନ ଅସନ୍ତୋଷ ବଢିବାରେ ଲାଗିଛି।