Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ:ଆଶା ଦିଦିଙ୍କ ଅପେକ୍ଷା

ଭୁବନେଶ୍ବର:ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ।ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପାରିଶ୍ରମିକକୁ ବଢାଇଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି।ଅଙ୍ଗନବାଡ଼ି କର୍ମୀଙ୍କ ମାସିକ ପାରିଶ୍ରମିକ ୭୫୦୦ରୁ ୧୦ ହଜାର ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ମିନି ଅଙ୍ଗନୱାଡି କର୍ମୀଙ୍କ ପାରିଶ୍ରମିକ ୫୩୭୫ ଟଙ୍କାରୁ ୭୨୫୦ ଟଙ୍କାକୁ ବୃଦ୍ଧି କରାଯାଇଛି।ଅନ୍ୟପକ୍ଷରେ ଅଙ୍ଗନବାଡି ସହାୟିକାଙ୍କ ପାରିଶ୍ରମିକ ୩୭୫୦ରୁ ୫୦୦୦ ଟଙ୍କାକୁ ବୃଦ୍ଧି କରିଥିବା ନେଇ ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି।
ତେବେ ଅଙ୍ଗନୱାଡି ଓ ସହାୟକଙ୍କ ପାରିଶ୍ରମିକ ବୃଦ୍ଧି ହୋଇଥିବା ବେଳେ ତୃଣମୂଳ ସ୍ତରରେ କାମ କରି ସମଗ୍ର ଓଡିଶାରେ ସ୍ୱାସ୍ଥ୍ୟର ବାତାବରଣକୁ ସୁଦୃଢ଼ କରିବାରେ ମୂଖ୍ୟ ଭୂମକା ନେଉଥିବା ଆଶା ଦିଦି ମାନଙ୍କ ଦୀର୍ଘ ଦିନର ଦାବି ପ୍ରତି ମଧ୍ୟ ସରକାର କିଛି ଏକ ନିଷ୍ପତ୍ତି ନେବେ ବୋଲି ସେମାନେ ଆଶା ବାଦି ରହିଛନ୍ତି । ଏଦିଗରେ ସରକାର ତ୍ୱରୀତ ପଦକ୍ଷେପ ଗ୍ରହଣ ନକଲେ ଆନ୍ଦୋଳନ କରିବାକୁ ସେମାନେ ନିଷ୍ପତ୍ତି ନେଉଥିବା ନେଇ ବିଚାର କରୁଥିବା ନେଇ ଜଣ ପଡିଛି। ଗତକାଲି ସମ୍ବଲପୁର ଜିଲ୍ଲାରେ ବିଭିନ୍ନ ସମସ୍ୟା ନେଇ ଆଶା ଦିଦିମାନେ ସମ୍ବଲପୁର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ