ଲୁହା ଛଡ଼ ଚୋରି କରି 3 ଗିରଫ।


ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନ ଅନ୍ତର୍ଗତ ଚାଉଳଡିପୋ ରୁ ଲୁହା ଛଡ଼ ଚୋରି କରି 3 ଜଣ ଗିରଫ ହୋଇଥିବାର ଜଣାପଡିଛି। ସୂଚନାଯୋଗ୍ୟ ରେଙ୍ଗାଲି ଥାନା ଚାଉଳଡିପୋ ର ଦିଲୀପ ମାହାଣା ଘର ତିଆରି ପାଇଁ 2 କୁଇଣ୍ଟାଲ ଲୁହା ଛଡ଼ ଆଣି ରଖିଥିଲେ। ଗତ 6 ତାରିଖ ରାତି ରେ କେହି ଲୁହା ଛଡ଼ କୁ ଚୋରି କରିଥିବାର ରେଙ୍ଗାଲି ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ରେଙ୍ଗାଲି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ରେଙ୍ଗାଲି ଥାନା ଅନ୍ତର୍ଗତ ବ୍ଲକପଡା ର ଅଜୟ ଖଡ଼ିଆ, ମଦନ ଓରାମ ଓ ଲୁହା ଛଡ଼ କିଣି ଥିବା ରମେଶ ମହାତୋ କୁ ଗିରଫ କରିବା ସହ ତାଙ୍କ ପାଖରୁ ଚୋରି ଲୁହା ଛଡ଼ ଓ ଏକ ଟାଟା ଏସ ଗାଡି ଜବତ କରିଛି। ତିନି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।