Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ପଞ୍ଚାୟତିରାଜ ଦିବସ ପାଳନ

ଲକ୍ଷ୍ମୀପୁର ୦୫/୦୩ …
ଲକ୍ଷ୍ମୀପୁର  ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ଓ ବ୍ଳକ କାର୍ଯ୍ୟାଳୟ ରେ ପଞ୍ଚାୟତିରାଜ ଦିବସ ପାଳନ ହୋଇଯାଇଛି। ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପୁରତାନ ଛାତ୍ର ଛାତ୍ରୀ,ଅଭିଭାବକ, ଏସଏମଡିସି ସଭ୍ୟ ଓ ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ଅତିଥି ବୃନ୍ଦ ପଞ୍ଚାୟତିରାଜ ଦିବସ ପାଳନ ର ତାତ୍ପର୍ଯ୍ୟ ସମ୍ପର୍କରେ କହି ଥିଲେ। ମୋ ସ୍କୁଲ୍ ଅଭିଯାନ ଅନ୍ତର୍ଗତ କାର୍ଯ୍ୟାବଳୀ ଉପରେ ଆଲୋକପାତ କରିବା ସହ ବିଦ୍ୟାଳୟ ଭିତ୍ତିଭୂମି, ସ୍ମାର୍ଟ କ୍ଲାସ, ସ୍ମାର୍ଟ ଲାଇବ୍ରେରୀ, ବିଜ୍ଞାନଶାଳା , କ୍ରୀଡା ଭିତ୍ତିଭୂମି, ବିଦ୍ୟାଳୟ ରେ ସ୍ଵଚ୍ଚ ପରିବେଶ ସର୍ବୋପରି ବିଦ୍ୟାଳୟ ରୁପନ୍ତରଣରେ ସରକାର ଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ର ଛାତ୍ରୀ ଙ୍କୁ ଉନ୍ନତ ଶିକ୍ଷା ଦାନ ପାଇଁ ତଥା ସର୍ବାଙ୍ଗୀନ ଉନ୍ନତି ପାଇଁ ବିଦ୍ୟାଳୟ କୁ 5T ଅନ୍ତର୍ଭୁକ୍ତ କରାଯାଇ ଥିବାରୁ ସରକାରଙ୍କ ଆଭିମୂଖ୍ୟକୁ ସମସ୍ତେ ଖୁବ୍ ପ୍ରଶଂସା କରିଥିଲେ। ବିଦ୍ୟାଳୟ ରେ ସ୍ଵଚ୍ଚତା ତଥା ଜଗିବା ପାଇଁ ଏସ ଏଚ ଜି ଗ୍ରୁପ୍ କୁ ଅନ୍ତର୍ଭୁକ୍ତ କରିବା ସହ ବିଭିନ୍ନ କ୍ଲବ ଗଠନ,ମୋ ସ୍କୁଲ୍ ଅଭିଯାନ ରେ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଙ୍କୁ ଅନ୍ତର୍ଭୁକ୍ତ କରିବା ତଥା ବିଦ୍ୟାଳୟକୁ ଆର୍ଥିକ ସହାୟତା ଓ ସେବା ପ୍ରଦାନ ପାଇଁ ଆହ୍ବାନ କରାଗଲା।ଉକ୍ତ ସଭାରେ ଆଲୁମିନି ସଭାପତି,ମାଧବ କାର୍କରା,ସମ୍ପାଦକ ଭି ନାଗା ରାଜୁ ପୁରାତନ ଛାତ୍ର ଜୟ କୃଷ୍ଣ ସାହୁ, ଇନ୍ଦ୍ରଜିତ ସାହୁ, ବଳଭଦ୍ର ଖରା,ଇଷ୍ଟ ସଗରିଆ, ପରମେଶ୍ଵର ସାହୁ, କାମୀ ମାଣ୍ଡିଙ୍ଗ, ଫକିର ମୋହନ ସାହୁ ଓ ଭି ରମେଶ କୁମାର ଉପସ୍ଥିତ ଥିଲେ। ମୁଖ୍ୟମ୍ତ୍ରୀଙ୍କ ଦ୍ଵାରା ପ୍ରେରିତ ଧନ୍ୟବାଦ ଅର୍ପଣ ପତ୍ର ସମସ୍ତ ଙ୍କୁ ପ୍ରଦାନ କରିବା ସହ ବିଦ୍ୟାଳୟ ର ସର୍ବାଙ୍ଗୀନ ଉନ୍ନତି ସାଧନାରେ ବ୍ରତୀ ହେବାକୁ ସଂକଳ୍ପ ନିଆ ଗଲା। ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ସଭା ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ସହଯୋଗ କରିଥିଲେ।ଶେଷରେ ଶିକ୍ଷକ ସପନ କୁମାର ଦିକ୍ଷୀତ ଧନ୍ୟବାଦ ଅର୍ପଣ କରିଥିଲେ।ପଞ୍ଚାୟତିରାଜ ଦିବସ ପାଳନ। ସେହିପରି
ଲକ୍ଷ୍ମୀପୁର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା ସ୍ଵୟଂ ସହାୟକ ଗୋଷ୍ଠୀ ତାଲିମ ଗୃହ ରେ ଓଡ଼ିଶାର
ମହାନ୍ ଜନ ନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ବାର୍ଷିକୀ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି।ଲକ୍ଷ୍ମୀପୁର ସହକାରୀ ଯନ୍ତ୍ରୀ ଏମ.ପବନ୍ କୁମାର୍,ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଭାବତୋଶ ସ୍ୱାଇଁ,ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଅଂଶୁମାନ ବେହେରା, ଯୋଗାଣ ଅଧିକାରୀ ପ୍ରଭାସ ରଞ୍ଜନ ଶତପଥୀ,ଓଡ଼ିଶା ଜୀବିକା ମିଶନ ବ୍ଲକ୍ ସଂଯୋଜକ ପ୍ରକାଶ ସେଠୀ ପ୍ରମୁଖ ମଞ୍ଚାସିନ ରହି ବିଜୁ ବାବୁଙ୍କ ଜୀବନୀ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ବିଜୁ ବାବୁଙ୍କ ଫଟ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ ସହ ଦ୍ଵୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ବର ପୁତ୍ର ବିଜୁ ପଟନାୟକ ୧୯୬୧ ମସିହାରେ ବିଜୁ ବାବୁ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ରହି ରାଜ୍ୟର ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ।୧୯୯୦ ମସିହାରେ ସିଏ ଦୂତିୟ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲା ପରେ ଜିଲ୍ଲା ମାନଙ୍କର ପୁନର୍ଗଠନ,
ତ୍ରୀସ୍ତରୀୟ ପଞ୍ଚାୟତି ରାଜ ବ୍ୟବସ୍ଥା ଭଳି ଓଡ଼ିଶାର ସମୂହ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ।ଏଥି ସହ ନାରୀ ସଶକ୍ତି କରଣ ଓ ପଞ୍ଚାୟତି ରାଜ ବ୍ୟବସ୍ଥାରେ ମହିଳା ମାନଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣରେ ମଧ୍ୟ ତାଙ୍କର ଯଥେଷ୍ଟ ଅବଦାନ ରହିଛି।ସ୍ବତନ୍ତ୍ର ଓଡ଼ିଶା ଗଠନରେ ମଧ୍ୟ ତାଙ୍କର ବେଶ୍ ଅବଦାନ ରହିଛି।ଆଜି ସେଇ ଭଳି ଜଣେ ମହାନ୍ ବ୍ୟକ୍ତିତ୍ଵଙ୍କ ଜନ୍ମ ଦିନକୁ ସାରା ରାଜ୍ୟ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରିଚି।ବୁର୍ଜା ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଭିନାସ ବିଡିକା ଆଜିର ଏଇ ପଞ୍ଚାୟତିରାଜ ଦିବସ ରେ ମଞ୍ଚ ପରିଚାଳନା କରିଥିଲା ବେଳେ ବହୁ ସଂଖ୍ୟାରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ମିଶନ ଶକ୍ତି ବ୍ଲକ୍ ସଂଯୋଜକ ରଜତ୍ ବିଡ଼ିକ୍,ଏସିପି ଉମାକାନ୍ତ ନାୟକ,ମନରେଗା ସହାୟକ ଆଶିଷ ଗରଡ଼ା,ଲକ୍ଷ୍ମୀପୁର ସରପଞ୍ଚ ଶ୍ୟାମ ସୁନ୍ଦର ତାଡ଼ିଙ୍ଗି,ଚମ୍ପି ସରପଞ୍ଚ ମଞ୍ଜି ପ୍ରସ୍କା,ଓଡ଼ିଆ ପେଣ୍ଠ ସରପଞ୍ଚ ବଂଶୀଧର ମାଣ୍ଡୀଙ୍ଗା,କୁଟିଙ୍ଗା ସରପଞ୍ଚ ସୂଳଚନା ମାଝୀ,ପିପଳ୍ ପଦର ସରପଞ୍ଚ ଚିନ୍ତ ମାଣ୍ଡୀଙ୍ଗା ଓ ସମିତି ସଭ୍ୟ ସିର ପ୍ରାସ୍କା ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ