Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉନ୍ନୟନ ମୂଳକ କାର୍ଯ୍ୟ ସକାଶେ ରାଜ୍ୟରେ ତୃତୀୟ ସ୍ଥାନ ହାସଲ କଲା ଲକ୍ଷ୍ମୀପୁର ବ୍ଲକ୍..

ଲକ୍ଷ୍ମୀପୁର ୦୫/୦୩ …
ଭୂବନେଶ୍ଵର ଜୟଦେବ ଭବନ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ପଞ୍ଚାୟତ ରାଜ ତଥା ଲୋକସଭା ଦିବସ ଅବସରରେ ବିଭିନ୍ନ ଉନ୍ନୟନ ମୂଳକ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଲକ୍ଷ୍ମୀପୁର ବ୍ଲକ୍ କୁ ରାଜ୍ୟ ର ତୃତୀୟ ସ୍ଥାନ ହାସଲ କରିଛି ।ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତ ରାଜ୍ ମନ୍ତ୍ରୀ ପ୍ରଦୀପ ଅମାତ,ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା,ଭୁବନେଶ୍ୱର୍ ମେୟର ସୁଲୋଚନା ଦାସ୍,ପଞ୍ଚାୟତି ରାଜ ସଚିବ ସୁଶିଲ ଲୁହାନି,ଲୋକ ସମ୍ପର୍କ ସଚିବ ସଞ୍ଜୟ ସିଂ ଙ୍କ ଉପସ୍ଥିତିରେ ଲକ୍ଷ୍ମୀପୁର ବିଡ଼ିଓ ଗୁରେଶ୍ୱର ଭୋଇ,ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେଶିକା,ଉପାଧ୍ୟାକ୍ଷା ଆରତୀ କୁଲଦୀପ,ଜିପିଈଓ ସୁଧିର ବେହେରା ମାନ ପତ୍ର ସହ ୨୦ ଲକ୍ଷ ଟଙ୍କାର ଚେକ୍ ଗ୍ରହଣ କରିଥିଲେ। ଏ ଅବସରରେ ମାଲକାନଗିରି ଜିଲ୍ଲା ର ପଡିଆ ବ୍ଲକ୍ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଗଞ୍ଜାମ ର ହିଞ୍ଜିଳି କାଟୁ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ।କୋରାପୁଟ ଜିଲ୍ଲାର ଉପାନ୍ତ ବ୍ଲକ୍ ଭାବେ ପରିଚିତ ଲକ୍ଷ୍ମୀପୁର ବ୍ଲକ୍ ବିକାଶ କ୍ଷେତ୍ରରେ ଏପରି ସଫଳତା ପାଇବା ନେଇ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିଛି।ଏଇ ସଫଳତା ପଛରେ ବ୍ଲକର ବର୍ତ୍ତମାନର ବିଡ଼ିଓ ଙ୍କ ସମେତ ପୂର୍ବତନ ବିଡିଓ ପ୍ରିତିରଞ୍ଜନ ରଥ,ସହକାରୀ ଯନ୍ତ୍ରୀ ଏମ. ପବନ୍ କୁମାର୍ ଯନ୍ତ୍ରୀ ଗୋପାଳ ମିଞ୍ଜ,ଶ୍ରାବଣୀ ପାଢ଼ୀ,ସୁଭସ୍ମିତା ସାହୁଙ୍କ ସହ ବ୍ଲକ୍ କର୍ମଚାରୀଙ୍କ ଅବଦାନ ଯୋଗୁଁ ଏହି ସଫଳତା ହାସଲ ହୋଇଥିବା କର୍ମଚାରୀ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ