Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂତନ ଡାକଘର ଉଦଘାଟନ କଲେ ବଲାଙ୍ଗିର ସାଂସଦ ସଂଗୀତା କ଼ୁମାରୀ ସିଂ ଦେଓ

ବୀରମହାରାଜପୁର : ( ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନରେ ନୂତନ ଡାକ ଘର ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହ ଦେଓ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି l ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା ପଞ୍ଚାୟତ ର ସାଗଯୋରୀ ଗ୍ରାମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ ନୁତନ ଡାକଘର ଉଦଘାଟନ କରି ଥିବାବେଳେ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଦୀପ ପାଲି ଓ ବ୍ରାହ୍ମଣୀ ପାଲି ଗ୍ରାମରେ ମଧ୍ୟ ନୁତନ ଡାକଘର ର ଶୁଭାରମ୍ଭ କରିଥିଲେ I ସାଂସଦଙ୍କ ସହିତ ସମ୍ମାନିତ ଅତିଥି ଭାବେ ଡାକ ବିଭାଗ ର ଉପ ଅଧିକ୍ଷକ ତାପସ ଦାସ , ସହକାରୀ ଉପ ଅଧିକ୍ଷକ ସଞ୍ଜୟ ବିଶ୍ଵାଳ, ଡାକ ନିରୀକ୍ଷକ ବାଳ ମୁକୁନ୍ଦ ବାରିକ , ସଞ୍ଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମରେ ଅମରପାଲି ପୋଷ୍ଟ ମାଷ୍ଟର ପ୍ରକାଶ ସାହୁ, ଶାଗଜୋରି ପୋଷ୍ଟ ମାଷ୍ଟର କାହ୍ନୁ ଚରଣ ମିର୍ଦ୍ଧା ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ