Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଶୁଵିକାଶ କାର୍ଯ୍ୟାଳୟ ତରଫରୁ ମହିଳା ଙ୍କ ଅଧିକାର ସମ୍ପର୍କିତ କର୍ମଶାଳା।

ଲକ୍ଷ୍ମୀପୁର ୦୭/୦୩ … ଲକ୍ଷ୍ମୀପୁର ଶିଶୁଵିକାଶ କାର୍ଯ୍ୟାଳୟ ର ସିଡିପିଓ ପାର୍ବତୀ ଆଚାର୍ଯ୍ୟ ଙ୍କ ପରିଚାଳନା ରେ ଅଙ୍ଗନବାଡି କର୍ମୀ, ଏସ ଏଚ ଜି ମହିଳା ମାନଙ୍କୁ ନେଇଁ ମହିଳା ମାନଙ୍କ ଅଧିକାର ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ବ୍ଲକ ଉପାଧ୍ୟକ୍ଷା ଆରତୀ କୁଲଦୀପ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଏସଆଇ ଶାନ୍ତିଲତା ବେହେରା, ଏବିଇଓ ମାନସ ରଞ୍ଜନ ମୁଖାର୍ଜୀ ଓ ସାମ୍ବାଦିକ ପରମେଶ୍ୱର ସାହୁ ପ୍ରମୁଖ ଯୋଗ ଦେଇ ମହିଳା ଦିବସ ପୂର୍ବରୁ ରାଜ୍ୟ ଓ କେନ୍ଦ୍ର ସରକାର ମହିଳା ମାନଙ୍କ ସକାଶେ କଣ ସବୁ ପଦକ୍ଷେପ ନେଇଛନ୍ତି ଓ ବର୍ତ୍ତମାନ ମହିଳା ଙ୍କ ଭୂମିକା କଣ ସବୁ ରହିଛି ସେ ସମ୍ପର୍କ ରେ ଅବଗତ କରାଇଥିଲେ। ଗତ କିଛି ଦିନ ତଳେ ଅଙ୍ଗନବାଡି କର୍ମୀ ଓ ଆଶା ଦିଦି ମାନଙ୍କର ଦରମା ରାଜ୍ୟ ସରକାର ବୃଦ୍ଧି କରିଛନ୍ତି ତାହା କୁ ଆଖି ଆଗରେ ରଖି ଜଣେ ସରକାରୀ କର୍ମଚାରୀ ଭାବେ ସମୟନୁବର୍ତ୍ତିତା ହେବା ସକାଶେ କୁହାଯାଇଥିଲା। ପାରିଶ୍ରମିକ ବାବଦରେ କମ ଦିଆଯାଉଥିଲେ ସୁଧା ଅଙ୍ଗନବାଡି କର୍ମୀ ମାନଙ୍କ ର କାମ କୁ ସିଡିପିଓ ପ୍ରଶଂସା କରିଥିଲେ। ଏନେଇଁ ଅଙ୍ଗନବାଡି କର୍ମୀ ଓ ଶିଶୁଵିକାଶ କାର୍ଯ୍ୟାଳୟ ର କର୍ମଚାରୀ ମାନଙ୍କ ଦ୍ୱାରା ଏକ  ସଚେତନତା ଶୋଭାଯାତ୍ରା କରାଯାଇଥିଲା। ବ୍ଳକ ରେ ବାଲ୍ୟ ବିବାହ ସମ୍ପୂର୍ଣ ଭାବେ ରୋକାଯାଇପାରିଥିବା ବେଳେ ଝିଅ ଓ ପୁଅ କୁ ସମାନ ଭାବେ ଦେଖିବାକୁ ଶ୍ରୀମତୀ ଆଚାର୍ଯ୍ୟ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ରେ ସୁପରଭାଇଜର ନମିତା ଜେନା,ଉର୍ମିଳା ମିଶ୍ର, ଜେ ଭାରତୀ, ରେଣୁକା ପଟନାୟକ ଙ୍କ ସମେତ ଶିଶୁଵିକାଶ କାର୍ଯ୍ୟାଳୟ ରକର୍ମଚାରୀ ଓ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ