Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଇୱା ଧକ୍କାରେ ସିକ୍ୟୁରିଟି ଗାର୍ଡ ଗୁରୁତର

ଲକ୍ଷ୍ମୀପୁର ୦୭/୦୩
ଏକ ହାଇୱା ଧକ୍କାରେ ଜଣେ ସିକ୍ୟୁରିଟି ଗାର୍ଡ ଗୁରୁତର ଆହତ ହୋଇଛନ୍ତି।ଘଟଣାଟି ଲକ୍ଷ୍ମୀପୁର ବ୍ଲକ୍ କାକିରିଗୁମା ଥାନା ଠାରୁ ଗୋଟେ କିଲୋମିଟର ଦୂର ଜାତୀୟ ରାଜପଥ ଉପରେ ଆଜି ପାହାନ୍ତିଆରେ ଘଟିଥିବା ଜଣା ପଡ଼ିଛି।ଏନେଇ କାକିରିଗୁମା ଥାନାରେ ଏକ ମାମଲା ରୁଜୁ କରି ହାଇୱା ଗାଡ଼ିକୁ ଅଟକ ରଖିଥିବା ପୋଲିସ ତରଫରୁ ସୂଚନା ମିଳିଛି।ଖବର ନେବାରେ ଜଣା ପଡିଛିକି ପଞ୍ଚଡା ଗ୍ରାମରୁ ଜି.ଫୋର୍.ଏସ୍ ର ସିକ୍ୟୁରିଟି ସରୋଜ ମୁଦୁଲି ଆଜି ଭୋର୍ ପାଞ୍ଚଟା ବେଳେ ଡିୟୁଟି କରିବାକୁ ନିଜର ବାଇକ୍ ଧରି ଲକ୍ଷ୍ମୀପୁର କୁ ଆସୁ ବେଳେ ବିପରୀତ ଦିଗରୁ ଯାଉଥିବା ବକ୍ସାଇଟ ବୋଝେଇ ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା।ସେଠାରେ କିଛି ଲୋକ ତାଙ୍କୁ ଉଧାର କରି ଆମ୍ବୁଲାନ୍ସ ଯୋଗେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ।ସେଠାରେ ଡ଼ାକ୍ତର ଦେଖିବା ପରେ  ମୁଣ୍ଡ ରେ ଆଘାତ ହେବା ସହ ଗୋଟିଏ ଗୋଡ ଭାଙ୍ଗିଥିବା ଜାଣିପାରି ଡ୍ରେସିଂ କଠୋରୀ ରେ ଦୁଇଟି କାଠ ଖଣ୍ଡ  ଗୋଡ  ରେ ବାନ୍ଧି ଦେଇ କୋରାପୁଟ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ। ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପ୍ରାୟ ୪ କୋଟି ଟଙ୍କା ବ୍ୟୟରେ ନବୀକରଣ କରିବା ସତ୍ତ୍ଵେବି ଦୁର୍ଘଟଣା ଜନିତ କେସ୍ ରେ ଆହତ ମାନଙ୍କୁ ଏଠି ଉଚିତ୍ ସ୍ବାସ୍ଥ୍ୟ ସେବା ମିଳୁନଥିବା ଆଜି ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ ।ଗୁରୁତର ହେଉ ଅବା ସାମାନ୍ୟ ଆହତ ଜିଏବି ଆସିଲେ ସେମାନଙ୍କୁ ତୁରନ୍ତ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ କଣ ପାଇଁ ସ୍ଥାନାନ୍ତର କରୁଛନ୍ତି ତାହା ବୁଝା ପଡୁନଥିବା ବେଳେ ଏଠି ତୁରନ୍ତ ବିଶେଷଜ୍ଞ ଡ଼ାକ୍ତର ନିଯୁକ୍ତି ସହ ଅତ୍ୟାଧୁନିକ ଯନ୍ତ୍ରପାତି ସଂଯୋଗ କରିବାକୁ ସାଧାରଣରେ ଦାବି ହୋଇଛି।ଏଥି ସହ ଏହି ସ୍ଥାନାନ୍ତର ଘଟଣା ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମଧ୍ୟ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ