Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜମନକିରା ରେ ମୋଦିକେୟାର ଡିଷ୍ଟ୍ରିବୁସନ ପଏଣ୍ଟ ର ଶୁଭାରମ୍ଭ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମାରେ ଆଜି ମୋଦିକେୟାର ଡିଷ୍ଟ୍ରିବୁସନ ପଏଣ୍ଟ ଆନୁଷ୍ଠାନିକ ଭାବେ ଆଜି ଶୁଭାରମ୍ଭ ହୋଇଯାଇଛି। ଏହି ଦୋକାନ ହେବା ଦ୍ବାରା ଏହି ଅଞ୍ଚଳର ଥିବା ପଞ୍ଜୀକୃତ ଗ୍ରାହକ ମାନେ ସୁଲଭ ମୂଲ୍ୟରେ ସଂସ୍ଥାର ସାମଗ୍ରୀ ପାଇ ପାରିବେ। ଏହି କମ୍ପାନୀ ର ୭ ଶହ ରୁ ଅଧିକ ସାମଗ୍ରୀ ଥିବା ବେଳେ ମୁଖ୍ୟତଃ ୱେଲନେସ, ସ୍କିନ କେୟାର, ପର୍ଶୋନାଲ କେୟାର, ହୋମ କେୟାର, ଲଣ୍ଡ୍ରି କେୟାର, ରାସନ ସାମଗ୍ରୀ, ଅଟୋ କେୟାର, ଲାଇଫ ଷ୍ଟାଇଲ, କୃଷି ଆଦି ବିଭିନ୍ନ ବିଭାଗର ସାମଗ୍ରୀ କମ୍ପାନୀ ଉତ୍ପାଦିତ କରି ରିହାତି ଦରରେ ଉପଲବ୍ଧ କରାଉଛି। ଆଜି ଏହି ପରିପ୍ରେକ୍ଷୀରେ ଜମନକିରା ର ପ୍ରତିଷ୍ଠିତ ବ୍ୟକ୍ତି ତଥା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରବୀନ୍ଦ୍ର ପ୍ରସାଦ ଦାନିଙ୍କ ଧର୍ମପତ୍ନୀ ଶ୍ରୀମତୀ ବିଜୟଲକ୍ଷ୍ମୀ ଦାନୀଙ୍କ ପ୍ରୟାସ ରେ ଏକ ଡ଼ିଷ୍ଟ୍ରିବୁସନ ପଏଣ୍ଟ ର ଶୁଭଉଦଘାଟନ ଶ୍ରୀ ଦାନୀଙ୍କ କର କମଳରେ ପିତା କାଟି ଶୁଭାରମ୍ଭ ହୋଇଯାଇଛି। ଏହି କମ୍ପାନୀର ସାମଗ୍ରୀ ସୁଲଭ ଓ ଶସ୍ତାରେ ପାଇବାକୁ ହେଲେ ଆଧରକାର୍ଡ ଜମା କରି ନିଶୁଲକରେ ଯୋଡ଼ି ହୋଇପାରିବେ ବୋଲି ଶ୍ରୀମତୀ ଦାନୀ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଭାବରେ ଦେବଗଡରୁ ଶ୍ରୀମତୀ ସୁଚରିତା ନାଥ ଯୋଗ ଦେଇ କମ୍ପାନୀର ସାମଗ୍ରୀ ସବୁ କୁ ପରୀକ୍ଷଣ କରି ପ୍ରମାଣ କରି ଦେଖେଇଥିଲେ କିପରି ଅନ୍ୟ ସାମଗ୍ରୀ ଅପେକ୍ଷା ଏହା ଶ୍ରେୟସ୍କର ବୋଲି ପ୍ରମାଣିତ କରିଥିଲେ। ପୂର୍ବରୁ ଯୋଉ ଗ୍ରାହକ ମାନେ ସାମଗ୍ରୀ ବ୍ୟବହାର କରିଛନ୍ତି ସେମାନେ ନିଜ ଅଭିଜ୍ଞତା ବଖାଣି ଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଯୋଗ ଦେଇଥିଲେ। ଶେଷରେ ପ୍ରଜ୍ଞା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।