Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ସକାଳ ୧୦ଟାରୁ ସମ୍ବଲପୁରରେ ଇଣ୍ଟରନେଟ୍‌ ସେବା ବନ୍ଦ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ବନ୍ଦ ହେଲା ଇଣ୍ଟରନେଟ୍‌ ସେବା। ଆଜି ସକାଳ ୧୦ଟାରୁ ଆସନ୍ତା ୪୮ ଘଣ୍ଟା ଯାଏ ବନ୍ଦ ରହିବ ଇଣ୍ଟରନେଟ ସେବା। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହ ସମସ୍ତ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲାଗାଯାଇଛି। ଫେସ୍‌ବୁକ୍‌, ଟ୍ବିଟର, ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଉପରେ କଟକଣା ଜାରି ହୋଇଛି।

ସୂଚନା ଅନୁଯାୟୀ ଗତକାଲି ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ଶୋଭାଯାତ୍ରା ବେଳେ ଦୁଇଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇ ପଥରମାଡ ହୋଇଥିଲା। ପୁଲିସକୁ ମଧ୍ୟ ଛାଡିନଥିଲେ ଉତ୍ତ୍ୟକ୍ତ ଲୋକ। ସନ୍ଧ୍ୟା ରାଲି ସମୟରେ ପୁଲିସ ଉପରକୁ ପଥର ମାଡ଼ କରିଥିଲେ। ଏହି ଘଟଣାରେ ୨ ଥାନା ଅଧିକାରୀ ଓ ୧୦ ପୁଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି।

ଉତ୍ତ୍ୟକ୍ତ ଲୋକ ଘଟଣା ସ୍ଥଳରେ ଦୋକାନ ଜାଳିବା ସହ ବାଇକ୍‌ ଓ କାର ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଘଟଣାର ସମାଧାନ ଲାଗି ଓ ଶୃଙ୍ଖଳା ବଜାୟ ରଖିବା ଲାଗି ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାସହ ୧୪୪ ଧାରା ମଧ୍ୟ ଜାରି କରାଯାଇଛି। ଏହି ଘଟଣାରେ ପୁଲିସ ୨୫ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ