Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଘ ଗର୍ଜିଲେ ଗାଁ ଅନ୍ଧାର,ବିଜୁଳୀ ଖେଳୁଛି ଖେଳ

ସମ୍ବଲପୁର: ସାମାନ୍ୟ ବର୍ଷା ହେଲେ ଗାଁ ଅନ୍ଧାର ହୋଇଯାଏ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେବି ଘଟଣା ସତ। ଏଭଲି ପରିଲକ୍ଷିତ ହୋଇଥାଏ ପଡିଆବାହାଲ ଓ ତା ଆଖପାଖ ପାଖାପାଖି ୫୦ରୁ ଉର୍ଦ୍ଧ୍ବ ଗ୍ରାମରେ ।
ଗତ ୫ ଦିନ ଧରି ଏଭଳି ଅବସ୍ଥା ଲାଗି ରହିଥିଲେବି ତାର ପ୍ରତିକାର ହେଉନି। ବରଂ ବିଜୁଳୀ ତା ଖେଳ ଦେଖାଇବାରେ ଚାଲିଛି।ବିଜୁଳୀବତୀ ପ୍ରତି ସାଧାରଣ ଲୋକଙ୍କ ଭରସା ରହୁଥିବା ବେଳେ ବିଜୁଳୀର ଲୁଚକାଲି ଖେଳ ଏବେ ସମସ୍ତଙ୍କ ପାଇଁ କାଳ ସାଜିଛି। ଏପରିକି ବିଜୁଳି ଗଲେ ସମୟ ସମୟ ଧରି ଏପରିକି ସପ୍ତାହେ ପର୍ଯ୍ୟନ୍ତ ଅନେକ ଆଭ୍ୟନ୍ତର ଗ୍ରାମକୁ ପହଞ୍ଚି ପାରିନଥାଏ। ଯାହାକୁ ନେଇ ଲୋକଙ୍କ ମନରେ ଅଶାନ୍ତି ଦିନକୁ ଦିନ ବଢିବାରେ ଲାଗିଛି।ପଡିଆବାହାଲ, ଜୟନ୍ତପୁର, ମାନେଶ୍ୱର,ଯୁଯୋମୁରା ଭଳି ମୁଖ୍ୟ ବଜାର ଉପରେ ଏଭଳି ଅବସ୍ଥା ଉପୁଜୁଥିବା ବେଳେ ଆଭ୍ୟନ୍ତର ଗ୍ରାମକୁ ପଚାରେ କିଏ। ବିଜୁଳି ଭଳି ଅତି ଆବଶ୍ୟକତା ଓ ନିର୍ଭରଶୀଳ ସେବା ପ୍ରତି ସରକାର ଆଖି ମୁଜି ଦେଇ ଏକ ବେସରକାରୀ ସଂସ୍ଥା ହାତରେ ଟେକି ଦେଇଥିବାରୁ ଏଭଳି ମନମୁଖି କାରବାର ଦିନକୁ ଦିନ ବଢିବାରେ ଲାଗିଛି। ଫଳରେ ଜନ ଅସନ୍ତୋଷ ବଢିବାରେ ଲାଗିଛି। ଆଜି ସାମାନ୍ୟ ମେଘରୁ ଯଦି ଏଭଳି ଅବସ୍ଥା ତେବେ ଆଗକୁ କ’ଣ ନହେବ ବୋଲି ସାଧାରଣରେ ପ୍ରଶ୍ନ ଉଠିଲାଣି। ବର୍ତ୍ତମାନ ବଜାରରେ କିରୋସିନୀ ମିଳୁନଥିବାରୁ ଲୋକେ ମହମବତୀ ଉପରେ ନିର୍ଭର କରିବାକୁ ପଡୁଛି।ତେବେ ଏହି ବ୍ୟୟସାଧ୍ୟ ଆଲୁଅ ବ୍ୟବସ୍ଥା ଭିତରେ ସାଧାରଣ ନାଗରୀକ ଟିଏ ଚଳିବା ବର୍ତ୍ତମାନକୁ ଦୁରୂହ ବ୍ୟାପାର ହୋଇଥିବାରୁ ସରକାରଙ୍କ ବିଜୁଳୀ ସେବା ପ୍ରତି ଲୋକେ ମୁହଁ ମୋଡିବା ଆରମ୍ଭ କଲେଣି ।ଗତ ୭ ଦିନ ପରି ଆଜି ମଧ୍ୟ ପଡିଆବାହାଲ ଅଞ୍ଚଳର କଦଲୀମୁଣ୍ଡା,ଡଙ୍ଗରପଡା,କୁଲୁଣ୍ଡି,ବାହାମ,ପଧାନପାଲି,ବଡତୁରାଙ୍ଗ,ଘେନୁପାଲି,ସନାତନପାଲି,ନୂଆଁ ବରଙ୍ଗାମାଲ, କୁକୁଡାପାଲି,ଭଳି ପ୍ରମୂଖ ଗ୍ରାମ ସହ ୫୦ରୁ ଉର୍ଦ୍ଧ୍ବ ଗ୍ରାମ ଅନ୍ଧାର ହୋଇ ପଡିରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ