Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋରାପୁଟ ଲୋକସଭା ଆସନ ବିଜେଡ଼ି ପ୍ରାର୍ଥୀନି ସକାଶେ ପୁଣି ଦଳ ଆସ୍ତା ପ୍ରକଟ କଲା କୌଶଲ୍ୟା ହିକକା ଲକ୍ଷ୍ମୀପୁର ରେ ଭବ୍ୟ ସ୍ୱାଗତ

ଲକ୍ଷ୍ମୀପୁର ୨୮/୦୩… କୋରାପୁଟ ଲୋକସଭା ଆସନ ସକାଶେ ବିଜୁ ଜନତାଦଳ ପୁଣି ଥରେ ଜିଲ୍ଲା ସଭାପତି ଝିନ ହିକକା ଙ୍କ ପତ୍ନୀ କୌଶଲ୍ୟା ହିକକା ଙ୍କ ଉପରେ ଆସ୍ତା ପ୍ରକଟ କରି ପୁଣି ଟିକଟ ପ୍ରଦାନ କରିଛନ୍ତି।୨୦୧୯ ମସିହାରେ ଶିକ୍ଷୟିତ୍ରୀ ପଦବୀ ରୁ ଇସ୍ତଫା ଦେଇ ରାଜନୀତି ରେ ଯୋଗ ଦେଇ ପ୍ରଥମ ସୋପାନ ରେ ହିଁ କୋରାପୁଟ ଲୋକସଭା ଆସନ ର ବିଜେଡି ପ୍ରାର୍ଥୀନୀ ହୋଇଥିଲେ। ରାଜନୀତି ରେ ସେତେବେଳେ ସେତେ ଅଭିଜ୍ଞନ୍ତା ନଥିବା ସତ୍ୱେ ଦଳ ର ସତ ପ୍ରତିଶତ ଚେଷ୍ଟା ସତ୍ୱେ ଶ୍ରୀମତୀ କୌଶଲ୍ୟା ମାତ୍ର ୩୬୧୩ ଖଣ୍ଡ ଭୋଟ ରେ କଂଗ୍ରେସ ର ସପ୍ତଗିରି ଶଙ୍କର ଉଲାକା ଙ୍କ ଠାରୁ ପରାସ୍ତ ହୋଇଥିଲେ।୨୦୧୯ ଲୋକସଭା ନିର୍ବାଚନ ରେ କଂଗ୍ରେସ ର ସପ୍ତଗିରି ଉଲାକା  ୩ଲକ୍ଷ ୭୧ହଜାର ୧୧୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡ଼ି ର କୌଶଲ୍ୟା ହିକକା ୩ଲକ୍ଷ ୬୭ ହଜାର ୫୧୬ ଓ ବିଜେପି ର ଜୟରାମ ପାଙ୍ଗି ୨ ଲକ୍ଷ ୦୮ ହଜାର ୩୯୮  ଖଣ୍ଡ ଭୋଟ ପାଇଥିଲେ।ଗତ ନିର୍ବାଚନ ରେ ୭ଜଣ ପ୍ରାର୍ଥୀ ମୈଦାନ ରେ ରହିଥିବା ବେଳେ ୩୫ହଜାର ୫୬୧ ଟି ଭୋଟ ନୋଟା ରେ ଅର୍ଥାତ କେହି ନାପସନ୍ଦ ପ୍ରାର୍ଥୀ ସ୍ଥାନ ରେ ଭୋଟ ପଡିଥିଲା।କଂଗ୍ରେସ ଓ ବିଜେଡି ଦଳ କୁ ପ୍ରାୟତଃ ୩୪ପ୍ରତିଶତ ଲେଖାଏଁ ଭୋଟ ମିଳିଥିବା ବେଳେ ବିଜେପି କୁ ମଧ୍ୟ ୧୯ପ୍ରତିଶତ ରୁ ଉର୍ଧ୍ଵ ଭୋଟ ମିଳିଥିଲା। ଏପରି ସ୍ଥିତି ରେ କୋରାପୁଟ ଲୋକସଭା ଆସନ  ରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ବର୍ତ୍ତମାନ ର ସାଂସଦ ସପ୍ତଗିରି ଶଙ୍କର ଉଲାକା ହିଁ ପ୍ରାର୍ଥୀ ହେବା ର ସମ୍ଭାବନା ରହିଥିବା ବେଳେ କୋରାପୁଟ ରେ ତ୍ରିମୁଖୀ ଲଢେଇ ହେବା ନେଇଁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।ଆଜି ଟିକେଟ ଘୋଷଣା ହେବାପରେ ଶ୍ରୀମତୀ କୌଶଲ୍ୟା ଙ୍କୁ ଲକ୍ଷ୍ମୀପୁର ରେ ଭବ୍ୟ ସ୍ୱାଗତ କରାଯାଇଥିଲା। ସ୍ଥାନୀୟ ଜଗନ୍ନାଥ ମନ୍ଦିର ରେ ସନ୍ଧ୍ୟା ସମୟରେ ପୂଜା କରିବା ପରେ ଏକ ଶୋଭାଯାତ୍ରା ରେ ବାହାରି ପ୍ରୋସେସନ କରିଥିଲେ। ମୁଖ୍ୟମନ୍ତ୍ରୀ ଆସ୍ତା ପ୍ରକଟ କରି ତାଙ୍କୁ ଦ୍ୱିତୀୟ ଥର ସକାଶେ ଟିକେଟ ପ୍ରଦାନ କରିଥିବା କାରଣରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ରେ ୩୩ ପ୍ରତିଶତ ମହିଳା ଙ୍କୁ ଲୋକସଭା ଆସନ ସକାଶେ ସଂରକ୍ଷିତ ଦିଆଯିବ ବୋଲି ଯେଉଁ ଘୋଷଣା କରିଥିଲେ ତାହା ଗତ ନିର୍ବାଚନ ରୁ ହିଁ ଲାଗୁ କରିଦେଇଥିବା ବେଳେ ଚଳିତ ନିର୍ବାଚନ ରେ ମଧ୍ୟ ଅନୁରୂପ ଭାବେ ସଂରକ୍ଷଣ ବ୍ୟବସ୍ଥା କୁ ପ୍ରାୟତଃ କାୟମ ରଖିଥିବା ବିଜେଡ଼ି ପ୍ରାର୍ଥୀନୀ କୌଶଲ୍ୟା ହିକକା କହିଛନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ବିକାଶ ର ଯୋଜନା କୁ ନେଇଁ ସେ ମୈଦାନ କୁ ଓଲ୍ଲାଇ ଥିବା ବେଳେ ଚଳିତ ନିର୍ବାଚନ ରେ କୋରାପୁଟ ଓ ରାୟଗଡା ଜିଲ୍ଲାବାସୀ ତାଙ୍କୁ ଯେମିତି ହେଲେ ସମର୍ଥନ ସହ ଆଶୀର୍ବାଦ ଦେବେ ଓ ସେ ବିଜୟୀ ହେବେ ବୋଲି ଦୃଢ଼କ୍ତି ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ