Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରଣବଙ୍କ ମା ସମଲେଶ୍ବରୀ ଦର୍ଶନ:ନିର୍ବାଚନ ପାଇଁ ବାଜିଲା ବିଗୁଲ୍

ସମ୍ବଲପୁର: ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ସମ୍ବଲପୁର ମାଟିରେ ଆଜି ପାଦ ଥାପିଛନ୍ତି ପ୍ରଣବ କୁମାର ଦାସ ଓରଫ୍ ବବି ଭାଇ।ସମ୍ବଲପୁର ଆସି ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ଦର୍ଶନ କରି ନିର୍ବାଚନ ବିଗୁଲ୍ ବଜାଇଛନ୍ତି।ଏଥିପାଇଁ ଆଜି ମାଁଙ୍କ ମନ୍ଦିରରେ ନେତା କର୍ମୀ ଓ ଶୁଭେଚ୍ଛୁଙ୍କ ଭିଡ ଜମିଥିଲା।ଜିଲ୍ଲା ବିଜେଡି ସଭାପତି ତଥା ରେଢାଖୋଲ ବିଧାୟକ ଇଂ ରୋହୀତ ପୂଝାରୀ,ବିଜେଡି ରାଜ୍ୟ ସାଧାରଣ ସଂପାଦକ ତଥା ମୋ ପରିବାର ଜିଲ୍ଲା ସଂଯୋଜକ ସିଦ୍ଧର୍ଥ ଦାଶଙ୍କ ଠାରୁ ଆରମ୍ଭ କରି ଦଳର ଛାମୁଆଁ ନେତୃମଣ୍ଡଳୀ ଏହି ସମୟରେ ଉପସ୍ଥିତ ଥିଲେ।ଏଠାରେ ସୂଚନା ଯୋଗ୍ୟଯେ ସମ୍ବଲପୁର ଲୋକସଭା ଆସନ ପାଇଁ ତାଙ୍କ ନାମ ଘୋଷଣା ହେବାପରେ ପୁରୀରେ ପ୍ରଭୁ ଜଗନ୍ନାଥ,ଯାଜପୁରରେ ମାଁ ବିରଜାଙ୍କ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଥିବା ବେଳେ ଆଜି ମାଁ ସମଲେଶ୍ବରୀଙ୍କ ଦର୍ଶନ କରି ନିର୍ବାଚନର ପ୍ରସ୍ତୁତି ପର୍ବକୁ ଆଗକୁ ବଢ଼ାଇଛନ୍ତି।ମାଁଙ୍କ ଦର୍ଶନ ପରେ ପ୍ରଣବ ଜିଲ୍ଲା ଓ ଲୋକସଭା ନିର୍ବାଚନ ମଣ୍ଡଳୀର ଛାମୁଆ ନେତାଙ୍କ ସହ ନିର୍ବାଚନକୁ ନେଇ କେମିତି ଆଗକୁ ବଢ଼ିହେବ ସେନେଇ ଆଲୋଚନା କରିଛନ୍ତି। ଆଜି ପ୍ରଣବଙ୍କ ସମ୍ବଲପୁର ଗସ୍ତ କାଳରେ ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଲୋକସଭା ପ୍ରାର୍ଥୀ ଘୋଷଣା ପରେ ପ୍ରଣବଙ୍କ ଏହି ପ୍ରଥମ ଗସ୍ତ ସମୟରେ ବିଜେଡି ମହଳରେ ପ୍ରବଳ ଉତ୍ସୁକତା ପ୍ରକାଶ ପାଇଛି।