Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ଓକିଲ ସଂଘ ସଭାପତି ରାଧାକାନ୍ତ ମହାକୁର ଏବଂ ସମ୍ପାଦକ ଭାବେ ଭରତ ଅଗ୍ରୱାଲ ନିର୍ବାଚିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଓକିଲ ସଙ୍ଘ ନିର୍ବାଚନ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ନିର୍ବାଚନ ରେ ସଭାପତି ରାଧାକାନ୍ତ ମହାକୁର ଏବଂ ଭରତଲାଲ ଅଗ୍ରୱାଲା ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସଭାପତି ପଦ ପାଇଁ ରାଧାକାନ୍ତ ମହାକୁର ଓ ରାଧାକାନ୍ତ ବାଘ ପ୍ରତିଦ୍ବନ୍ଦିତା କରୁଥିଲେ । ସମୁଦାୟ ୮୦ଜଣ ଆଇନଜୀବୀ ମତଦାନ କରିଥିବା ବେଳେ ସଭାପତି ନିର୍ବାଚନ ପାଇଁ ୭୭ ଜଣ ମତଦାନ କରିଥିଲେ l ଆଇନଜୀବୀ ରାଧାକାନ୍ତ ମହାକୁର ଙ୍କୁ ୪୭ ଗୋଟି ଭୋଟ ମିଳିଥିବାବେଳେ ରାଧାକାନ୍ତ ବାଘ ଙ୍କୁ ୨୮ ଗୋଟି ଭୋଟ ମିଳିଥିଲା l ରାଧାକାନ୍ତ ମହାକୁର ୧୯ ଗୋଟି ଅଧିକ ଭୋଟ ରେ ବିଜୟୀ ହୋଇଥିଲେ l ଠିକ ସେହିପରି ସମ୍ପାଦକ ଭାବରେ ଭାବରେ ଭରତଲାଲ ଅଗ୍ରୱାଲଙ୍କୁ ୪୮ ଗୋଟି ଭୋଟ ମିଳିଥିବା ବେଳେ ଉମାଶଙ୍କର ପଣ୍ଡା ଙ୍କୁ ୨୯ ଗୋଟି ଭୋଟ ମିଳିଥିଲା l ଓକିଲ ସଙ୍ଘ ସମ୍ପାଦକ ଭାବରେ ଭରତଲାଲ ଅଗ୍ରୱାଲ ଭାବରେ ନିର୍ବାଚିତ ହୋଇଥିଲେ l ସନ୍ତୋଷ କୁମାର ଚାନ୍ଦ ଉପସଭାପତି ଏବଂ ବିଭୂତି ଭୂଷଣ ହୋତା ସହ ସମ୍ପାଦକ, ଚିତ୍ତ ରଞ୍ଜନ ମିଶ୍ର କାର୍ଯ୍ୟ କାରିଣୀ ସଦସ୍ୟ ଭାବରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ l ଆଇନଜୀବୀ ଦିଲ୍ଲୀପ କୁମାର ପଧାନ ନିର୍ବାଚନ ପରିଚାଳନା କରିଥିଲେ। ବିଜୟୀ କର୍ମକର୍ତ୍ତା ଙ୍କୁ ସ୍ୱାଗତ କରାଯାଇଥିଲା।