ବିଜେଡି ନେତାଙ୍କ କୋଚିଂ ସେଂଟର ଉପରେ ଆଇଟି ରେଡ୍

ଭୁବନେଶ୍ୱର: ବିଜେଡି ନେତା ସୁବ୍ରତ ଛଟୋଇଙ୍କ ଶିକ୍ଷାନୁଷ୍ଠାନ ଉପରେ ଆଇଟି ରେଡ୍ । ଆୟକର ଫାଙ୍କିବା ଅଭିଯୋଗରେ ଛାଟୋଇଙ୍କ କୋଚିଂ ସେଂଟର, ଭୁବନେଶ୍ୱର ସ୍ଥିତ ଘର ସମେତ ବିଭିନ୍ନ ସ୍ଥାନରେ ଆୟକର ବିଭଗ ଚଢଉ କରିଥିବା ଜଣା ଯାଇଛି । ଯାଜପୁରରେ ବି ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ରେଡ୍ ହୋଇଥିବା ସୂଚନା ମିଳିଛି । ଏ ନେଇ ସଂପୃକ୍ତ ବିଜେଡି ନେତାଙ୍କ କୌଣସି ପ୍ରତିକ୍ରିୟା ମିଳିନି । ଆଜି ଭୋରରେ ଆଇଟି ପକ୍ଷରୁ ଏହି ଚଢଉ ହୋଇଛି।
ଗତ ବର୍ଷ ମଧ୍ୟ ସୁବ୍ରତ କୁମାର ଛାଟୋଇଙ୍କ କୋଚିଂ ସେଂଟରରେ ଆୟକର ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା । ଏହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା । କୋଚିଂ ସେଂଟରର ଜିନିଷପତ୍ର ମଧ୍ୟ ସିଲ୍ ହୋଇଥିଲା । ଏହା ସହ ସୁବ୍ରତ କୁମାର ଛାଟୋଇଙ୍କୁ ଆୟକର ବିଭାଗ ପକ୍ଷରୁ ପଚରା ଉଚୁରା କରାଯାଇଥିଲା । ଆଉ ଆଜି ପୁଣି କୋଚିଂ ସେଂଟର ଉପରେ ଚଢଉ ହୋଇଛି ।