Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମହାନଦୀ ରେ ବେଆଇନ ବ୍ଳାଷ୍ଟିଙ୍ଗ ଯୋଗୁଁ ମତ୍ସ୍ୟଜୀବୀ ପରିବାର ଙ୍କ ଜୀବନ ଜିବିକା ରେ ବାଧାପ୍ରାପ୍ତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଡୁଲେଶ୍ଵର , ପିତାମହୁଲ , ସୁବଳୟା ,‌ ଟେଭାପଦର , କେଲଗାଁ ,‌ କେଉଟିପାଲି , ଜଟେସିଂହା , ଫୁଲଚରା , ନୂଆଁଗଡ , ନୂଆଁପାଲି , ଦେଉଲି , ବୁରୋଘାଟ , ଖମ୍ବେଶ୍ୱରୀପାଲି , କମଲପୁର, ରଥପୁର ,ଝରlପଡା , ଭଜଲପୁର୍, ତେଣ୍ଡା , ଦଶରାଜପୁର , ନିମ୍ନl , ସିଣ୍ଢୋଲ, କେଉଟି ପାଲି , ଆଦି ଗ୍ରାମ ଗୁଡିକ ମହାନଦୀ କୂଳରେ ଅବସ୍ଥିତ l ଉକ୍ତ ଗ୍ରାମମାନଙ୍କରେ ମତ୍ସ୍ୟଜୀବୀ ପରିବାର ବସବାସ କରୁଛନ୍ତି । ଏହି ପରିବାର ମାନେ ମହାନଦୀରେ ମାଛ ମାରି ନିଜ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ତେବେ ବର୍ତ୍ତମାନ ଏସବୁ ଅଞ୍ଚଳରେ ମହାନଦୀରେ ଅଣ ମତ୍ସ୍ୟଜୀବୀ ମାନେ ବେଆଇନ ବିସ୍ପୋରକ ଦ୍ଵାରା ମାଛ ମାରୁଥିବାରୁ ମାଛ ବଂଶ ଏକ ପ୍ରକାର ଲୋପ ପାଇବାକୁ ବସିଲାଣି l ଏଥି ଯୋଗୁଁ ଏହି ସବୁ ‌ଗ୍ରାମର ମତ୍ସ୍ୟଜୀବୀ ପରିବାର ମାନେ ଜୀବିକା ହରାଇ ଭୋକ ଉପାସରେ କାଳତିପାତ କରୁଥିବା ଅଭିଯୋଗ କରିଛନ୍ତି । ମହାନଦୀ କୂଳସ୍ଥ ନୂଆଁଗଡ , ଖମ୍ବେଶ୍ୱରୀପାଲି , ଝରାପଡା, କେଉଟିପାଲି ଆଦି ଘାଟ ନିକଟରେ ବିଶେଷ କରି ଏହି ବ୍ଳାଷ୍ଟିଂ କରାଯାଉଥିବା ସ୍ଥାନୀୟ ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି । ଫଳରେ ମହାନଦୀରୁ ମାଛ ମିଳୁନଥିବାରୁ ପରିବାର ପୋଷଣ କରିବା କଷ୍ଟକର ହେଉଥିବା କହିଛନ୍ତି। ଏପରି ସ୍ଥଳେ ଏହି ପରିବାର ମାନେ କାମଧନ୍ଦା ଅନ୍ୱେଷଣରେ ଅନ୍ୟ ରାଜ୍ୟକୁ ଦାଦନ ଶ୍ରମିକ ଭାବରେ ଯିବାର ଆଶଙ୍କା ପ୍ରକାଶ ପାଇଛି। ତେଣୁ ଏଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ବର ସହ ନେଇ ଏହି ବେଆଇନ ବିସ୍ପୋରକ ଦ୍ଵାରା ମାଛ ମରାକୁ ରୋକାଯିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ସାଙ୍ଗକୁ ଏହି ସବୁ ‌ଗ୍ରାମ ଗୁଡ଼ିକରେ ଅଧିକ ଶ୍ରମଦିବସ ସୃଷ୍ଟି କରାଯାଇ ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ବିଭିନ୍ନ କାମ ଉକ୍ତ ପରିବାର ମାନଙ୍କୁ ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ମହଲରୁ ଦାବି ହେଉଛି। ନଚେତ ଏହି ସବୁ ମତ୍ସ୍ୟଜୀବୀ ପରିବାର ଦାଦନ ଯିବା ଆଶଙ୍କା ଦେଖାଦେଇଛି ।