ହନୁମାନ ଜୟନ୍ତୀ ଉପଲକ୍ଷେ ବୀର ବଜରଙ୍ଗ ଦଳ ପକ୍ଷରୁ ବାଇକ ଶୋଭାଯାତ୍ରା
 
        ଜମନକିରା,୧୩/୪: ସ୍ଥାନୀୟ ହନୁମାନପଡ଼ାରେ ହନୁମାନ ଜୟନ୍ତୀ ଉପଲକ୍ଷେ ବୀର ବଜରଙ୍ଗ ଦଳ ପକ୍ଷରୁ ଆଜି ବାଇକ ଶୋଭାଯାତ୍ରା ଜମନକିରା ଗାଁ ଚାରିପଟେ ଭ୍ରମଣ କରିଥିଲେ। ଗତ ୭ତାରିଖରୁ ଆରମ୍ଭ ହୋଇଥିବା ଏହି ଜୟନ୍ତୀ ଉତ୍ସବରେ ବିଭିନ୍ନ ପ୍ରକାର ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭ ଦିନ ମହିଳାଙ୍କ ଦ୍ଵାରା କଳସ ସ୍ଥାପନ କରାଯାଇଥିବା ବେଳେ ୮ଦିନ ଧରି ସଙ୍କୀର୍ତ୍ତନ, କୃଷ୍ଣ ଗୁରୁ, ଭଜନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟହ ହନୁମାନ ଚାଳିଶା ପାଠ ହେବା ସହ ସୁନ୍ଦରାକାଣ୍ଡ ପରିବେଷଣ କରାଯାଇଥିଲା। ହନୁମାନପଡ଼ା ସମେତ ଜମନକିରା ଗ୍ରାମର ବହୁ ମହିଳା, ପୁରୁଷ, ଯୁବକ, ଯୁବତୀ ମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ମୀନା ବଜାର ଯୋଗୁଁ ଲୋକଙ୍କ ଗହଳି ଚହଲି ବେଶ ଅନୁଭୂତ ହେଉଛି। ଆସନ୍ତାକାଲି ପଣା ଭୋଗ ଓ ହୋମ ବିସର୍ଜନ କାର୍ଯ୍ୟକ୍ରମ ରହିଥିବା ନେଇ କମିଟି କର୍ମକର୍ତ୍ତା ପ୍ରକାଶ କରିଛନ୍ତି।

 
                        
 
                                 
                                 
                                 
                                 
                                