Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମୁରଲିପାଲି ହନୁମାନ ଓ ସମଲେଶ୍ବରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଝାରସୁଗୁଡା ୩/୪ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା ମୁରଲିପାଲି ଗ୍ରାମରେ ହନୁମାନ ଓ ମା ସମଲେଶ୍ବରୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ସୋମବାର ଠାରୁ ଆରମ୍ଭ ହୋଇ ଯାଇଛି । ସୋମବାର ସନ୍ଧ୍ୟାରେ ମୁହୁଦି ସାଂସ୍କୃତିକ ଅନୁଷ୍ଠାନ ଓ କଣ୍ଢେଇକେଲା ଘଣ୍ଟ ବାଦ୍ୟ ସହ ଏକ ହଜାରରୁ ଅଧିକ ମହିଳା ଏକ ଶୋଭାଯାତ୍ରାରେ ଯାଇ ରେମତା ଗ୍ରାମ ପୋଖରୀରୁ ଜଳପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରା ଯାଇ ଦୀପଯଜ୍ଞ, ମଙ୍ଗଳ ଆଳତି ଆଦି କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ମଙ୍ଗଳବାର ସକାଳେ ମଣ୍ଡଳ କରଣ,ପୂର୍ଣ୍ଣଘଟ ସ୍ଥାପନ,ଦେବତା ଆବାହାନ,ଅଗ୍ନି ସ୍ଥାପନ ,ପୁଜାକାର୍ଯ୍ୟ ସମ୍ପାଦିତ ହୋଇଥିଲା । ଉକ୍ତ ପ୍ରତିଷ୍ଠା ଉତ୍ସବରେ ଦେବେନ୍ଦ୍ର ପ୍ରଧାନ,ରମେଶ ପ୍ରଧାନ, କାର୍ତ୍ତିକ ପଧାନ, ରାଜା ପ୍ରଧାନ,ହିମାଂଶୁ ବିଶ୍ୱାଳ, ଦିଲ୍ଲୀପ ପ୍ରଧାନ,ନିଳାମ୍ଭର ସେଟ,ସାନୁ ସା, ଆଦିତ୍ୟ ପ୍ରଧାନ ସପତ୍ନୀକ କର୍ତ୍ତା ଦାୟିତ୍ୱ ନିର୍ବାହ କରୁଛନ୍ତି । ଆଜି ସନ୍ଧ୍ୟାରେ କଣ୍ଢେଇକେଲା ଫାଣ୍ଡି ଅଧିକାରୀ ସମରେନ୍ଦ୍ର ନାୟକଙ୍କ ଦ୍ଵାରା ରାମଲୀଳା ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମକୁ ରୋହିତ ସା ପରିଚାଳନା କରିଥିବା ବେଳେ ପ୍ରମୋଦ ସା ଧନ୍ୟବାଦ ଅର୍ପଣ କରି ଥିଲେ । ଏହି ଅବସରରେ କୀର୍ତ୍ତନ ଧାରା, ଭାଗବତ ପରାୟଣ ଆୟୋଜନ କରା ଯାଇଥିଲା । ମୁରଲିପାଲି ମନ୍ଦିର ପ୍ରତିଷ୍ଠା କମିଟିର ସଭାପତି ବ୍ରଜ କିଶୋର ପ୍ରଧାନ, ଧନିରାମ ସା, ରାମେଶ୍ୱର ସା, ଲଳିତ ପ୍ରଧାନ,ଅଲେଖ ପଣ୍ଡା, ଲାଲବାହାଦୁର ସା, ବିନୋଦ ସା,ଗଜାନନ ପ୍ରଧାନ,ସୁରେନ ପ୍ରଧାନ, ଚୈତନ୍ୟ ପ୍ରଧାନ,ଧନେଶ୍ୱର ପ୍ରଧାନ, କୁନୁ ସା, ଜଗଦୀଶ ଭୋଇ,ମନୋଜ ବିଶ୍ୱାଳ ସହ ଆଖପାଖ ଗ୍ରାମବାସୀ ତଥା ଯୁବଗୋଷ୍ଠୀ ବିଭିନ୍ନ ଦାୟିତ୍ୱ ସମ୍ପାଦନ କରୁଛନ୍ତି । ଚଳିତ ମାସ ୫ ତାରିଖ ଦିନ ଉଭୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

More Stories