Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବଡ ବର୍ଡାକଟା ରେ ନୂତନ ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଅଷ୍ଟ ପ୍ରହାର ନାମଯଜ୍ଞ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଂଚାୟତ ଅନ୍ତର୍ଗତ ବଡ଼ବରଡ଼ାକଟା ନବ ନିର୍ମିତ ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଗୁରୁବାର ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ପୂଜକ ଭାବରେ ବଳରାମ ପଣ୍ଡା , ଆଶୁତୋଷ ପଣ୍ଡା , ସୀତାରାମ ପାଢ଼ୀ , ସୁବ୍ରତ ପାଢ଼ୀ , ଗ୍ରାମର ଗୌନ୍ତିଆ ଶିବ ନାରାୟଣ ମିଶ୍ର , ଦେବବ୍ରତ ପୁରୋହିତ, ସୁମନ୍ତ ପୁରୋହିତ, ସୁଷେଣ ପୁରୋହିତ ପ୍ରମୁଖ ଥିବାବେଳେ ଭଗବାନ କର୍ମୀ ସପତ୍ନୀକ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ । ଅଧିବାସ ବଡ଼ ବରଡ଼ାକଟା ସଂକୀର୍ତନ ମଣ୍ଡଳୀ କରିଥିବା ବେଳେ ତିଳେଇମାଲ, ବହଲପଦର , ବାବୁପାଲି , ଭୁତିଆପାଲି , କଦଳିପାଲି , ଚି଼ଙ୍ଗିରାନାଲି , ରିଜୁମୁଣ୍ଡା , ବଙ୍କିଆ , ବୁରବୁଡ଼ା , ଗୁଢ଼ୀପାଲି , ବୁଠିପଦର, କୁଶଦାଦାର , ବଡ଼କିରାସିରା , ଖଣ୍ଡହତା , ଘଣ୍ଟପାଲି , କେନଝିରିପାଲି ଆଦି ଗ୍ରାମର ସଂକୀର୍ତନ ମଣ୍ଡଳୀ ଅଂଶ ଗ୍ରହଣ କରିଥିଲେ ।