Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩ ନୂଆ ଏସପିଙ୍କୁ ନିଯୁକ୍ତି ଦେଲେ ନିର୍ବାଚନ କମିଶନ, ବ୍ରିଜେଶ କୁମାର ରାୟ ରାଉରକେଲା ଏସପି

ଭୁବନେଶ୍ୱର: ରାଜ୍ୟରେ ସାଧାରଣ ନିର୍ବାଚନ ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନ ୮ ପ୍ରଶାସନିକ ଅଧିକାରୀଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେଥିରୁ ଆଜି ୩ଜଣ ପୋଲିସ ଅଧିକାରୀ ଦୁଇ ଏସପି ଓ ଜଣେ ଡିସିପିଙ୍କୁ ନୂଆ ଦାୟିତ୍ୱ ମିଳିଛି । ଯାହାକୁ ଇସିଆଇ ଅନୁମତି ମଧ୍ୟ ପ୍ରଦାନ କରିଛନ୍ତି । ଅବଶିଷ୍ଟ ଖାଲି ପଦବୀରେ ଶୀଘ୍ର ନିଯୁକ୍ତି ଦିଆଯିବ । ଅଧିକାରୀଙ୍କ ବିଶ୍ୱସନୀୟତା ଉପରେ ସନ୍ଦେହ ବ୍ୟକ୍ତ କରି ନିର୍ବାଚନ କମିଶନ ଏହି ୮ ଅଧିକାରୀଙ୍କୁ ତତ୍କାଳ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ବିରତ ରଖିବାକୁ ନିର୍ଦ୍ଦେଶାନାମା ଜାରି କରିଥିଲେ ।

ବ୍ରିଜେଶ କୁମାର ରାୟଙ୍କୁ ରାଉରକେଲା ଏସପି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଆର ପ୍ରକାଶଙ୍କୁ କଟକର ନୂଆ ଡିସିପି କରାଯାଇଛି । ଉମାଶଙ୍କର ଦାଶଙ୍କୁ ଅନୁଗୁଳ ଏସପି ଦାୟିତ୍ୱ ମିଳିଛି । ଏ ନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ଇସିଆଇ । ଆଉ ଅବଶିଷ୍ଟ ୨ ଜିଲ୍ଲାପାଳ, ୩ ଏପସି ଓ କେନ୍ଦ୍ରାଂଚଳ ରେଞ୍ଜ ପୋଲିସ ଆଇଜି ପଦବୀ ଫାଙ୍କା ଥିବା ବେଳୈ ଉକ୍ତ ପଦବୀରେ ନିଯୁକ୍ତି ପାଇଁ ଖୁବ୍ ଶୀଘ୍ର ନିଯୁକ୍ତି ହେବ ବୋଲି ଜଣା ଯାଇଛି ।

କିଛି ଦିନ ପୂର୍ବେ କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ୨୦୦୪ ବ୍ୟାଚ୍ ଆଇପିଏସ୍ ଆଶୀଷ କୁମାର ସିଂଙ୍କ ସମେତ କଟକ ଡିସିପି କନୱର ବିଶାଳ ସିଂ, ରାଉରକେଲା ପୁଲିସ ଏସପି ମିତ୍ରଭାନୁ ମହାପାତ୍ର, ଖୋର୍ଦ୍ଧା ଏସପି ଯୁଗଳ କିଶୋର ବାନୋଥ, ବ୍ରହ୍ମପୁର ପୁଲିସ ଏସପି ସର୍ଭଣା ବିବେକ ଏମ୍ , ଅନୁଗୁଳ ଏସପି ସୁଧାଂଶୁ ଶେଖର ମିଶ୍ରଙ୍କୁ ବଦଳି କରାଯାଇଥିଲା। ଏହି ଆଇପିଏସଙ୍କ ବ୍ୟତୀତ କଟକ ଜିଲ୍ଲାପାଳ ଭିନିତ୍ ଭରଦ୍ୱାଜ ଏବଂ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟୱାରିଙ୍କୁ ମଧ୍ୟ ନିର୍ବାଚନ କାର‌୍ୟ୍ୟରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ