Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ରେ ପଦ୍ମନାଭ ବେହେରା ଙ୍କ ଶକ୍ତି ପ୍ରଦର୍ଶନ ପୂର୍ବକ ସମର୍ଥକଙ୍କ ଗହଣରେ ବିରାଟ ଶୋଭାଯାତ୍ରା

ବୀରମହାରାଜପୁର : (ସୌମିତ୍ରି ମେହେର)
ବୀରମହାରାଜପୁର ବିଧାନସଭା ପାଇଁ ପଦ୍ମନାଭ ବେହେରା ଙ୍କୁ ଟିକେଟ ମିଳିଲା ପରେ ତାଙ୍କୁ ବିଭିନ୍ନ ସ୍ଥାନରେ ଭବ୍ୟ ସ୍ବାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଚଳିତ ନିର୍ବାଚନ ପାଇଁ ପଦ୍ମନାଭ ଙ୍କ ସମେତ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ତଥା ବ୍ଲକ ଯୁବ ବିଜେଡ଼ି ସଭାପତି ନାରାୟଣ ଲୁହା ବିଜେଡି ଟିକେଟ ଦୌଡ଼ରେ ଥିଲେ । ଉଭୟ ଙ୍କ ମଧ୍ୟରେ ଟିକେଟ ପାଇଁ ଛକାପଞ୍ଝା ଲାଗି ରହିଥିଲା। ମାତ୍ର ଦଳ ପଦ୍ମନାଭ ବେହେରା ଙ୍କ ଉପରେ ଆସ୍ଥା ପ୍ରକଟ କରି ତୃତୀୟ ପର୍ଯ୍ୟାୟରେ ବିଜେଡି ରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଟିକେଟ ଦେଇଥିଲା। ଟିକେଟ ପାଇଲା ପରେ ପଦ୍ମନାଭ ଭୁବନେଶ୍ୱର ରୁ ବିରମହାରଜପୁର ରେ ପହଞ୍ଚିଲା ପରେ ଦଳୀୟ କର୍ମୀ ଓ ସମର୍ଥକ ମାନେ ସୁବଳୟା – କମିରା ଛକ ରେ ସ୍ବାଗତ କରିଥିଲେ। ପଦ୍ମନାଭ ଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ । ଶତାଧିକ ଚାରିଚକିଆ ଗାଡି ରେ ସମର୍ଥକ ଙ୍କ ସହିତ ଏକ ବିରାଟ ଶୋଭାଯାତ୍ରା ରେ ସୁବଳୟା , ଜଟେସିଂହା , ବାଗବର , ଚମ୍ପାପୁର ଦେଇ ବୀରମହାରାଜପୁର ଜଗନ୍ନାଥ ମନ୍ଦିର ରେ ପହଞ୍ଚିଥିଲେ। ସେଠାରେ ଜଗନ୍ନାଥ ଙ୍କ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ମୁଖ୍ୟ ଛକ ଦେଇ ଉଫୁଳା , ମହଦା , ଧର୍ମଶାଳା , ବିଶିପଡ଼ା , ନାଏକପଡା ଦେଇ ଉଲୁଣ୍ଡା ରେ ପହଞ୍ଚିଥିଲା। ପରେ ମେଟାକାନି ମନ୍ଦିର ରେ ପହଞ୍ଚି ଆଶିଷ ନେଇଥିଲେ । ସେଠାରୁ ଶୋଭାଯାତ୍ରା ବିନିକା ରେ ପହଞ୍ଚିବା ପରେ ସମର୍ଥକ ମାନେ ଭବ୍ୟ ସ୍ବାଗତ କରିଥିଲେ। ପୁଣି ଏକ ବିରାଟ ଶୋଭାଯାତ୍ରା ରେ ବିନିକା ସହର ପରିକ୍ରମା କରିଥିଲେ। ବିନିକା ସ୍ଥିତ ଦୁର୍ଗା ମନ୍ଦିର ଓ ଚରଦା ର କପିଳେଶ୍ୱର ମନ୍ଦିର ଓ ଚରଦେଇ ଦେବୀ ଙ୍କ ଠାରୁ ଆଶୀର୍ବାଦ ନେଇଥିଲେ। ବିଭିନ୍ନ ସ୍ଥାନରେ ତାଙ୍କୁ ଲୋକେ ସ୍ବାଗତ କରିଥିଲେ । ଉକ୍ତ ଶୋଭାଯାତ୍ରା ରେ ବୀରମହାରାଜପୁର , ଉଲୁଣ୍ଡା ଓ ବିନିକା ବ୍ଲକ ର ଅନେକ ଜନପ୍ରତିନିଧି , ଦଳୀୟ କର୍ମକର୍ତ୍ତା ଓ ଶତାଧିକ ସମର୍ଥକ ସାମିଲ ଥିଲେ । ପଦ୍ମନାଭ ଟିକେଟ ପାଇଲା ପରେ ନାରାୟଣ ଲୁହା ଓ ତାଙ୍କ ସମର୍ଥକ ଗୁରୁବାର ସଂଧ୍ୟାରେ ବୀରମହାରାଜପୁର ରେ ପଦ୍ମନାଭ ଙ୍କ ଟିକେଟ କୁ ପ୍ରତିବାଦ କରିଥିଲେ। ତେବେ ଏହାର ଗୋଟିଏ ଦିନ ପରେ ଶନିବାର ଦିନ ପଦ୍ମନାଭ ଙ୍କ ଉକ୍ତ ବିରାଟ ଶୋଭାଯାତ୍ରା ଏହା ତାଙ୍କର ଶକ୍ତି ପ୍ରଦର୍ଶନ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ