Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଟିକେ କମିଲା ଖରା, ତଥାପି ଅସହ୍ୟ; କେନ୍ଦୁଝରରେ ସର୍ବାଧିକ ତାପମାତ୍ରା ୩୮.୬ ଡିଗ୍ରୀ

ଭୁବନେଶ୍ୱର: ତତଲା କଡେଇରେ ସାରା ଓଡିଶା । ତେବେ ଗତକାଲିଠାରୁ ଖରା ସାମାନ୍ୟ କମିଥିଲେ ହେଁ ତଥାପି ଅସ୍ତବ୍ୟସ୍ତ ରାଜ୍ୟବାସୀ । ଖରା ସହ ଗୁଳୁଗୁଳିରେ ଦହଗଞ୍ଜ ହେଲେଣି ଲୋକେ । ଗତକାଲି ଦିନ ସାଢେ ୧୧ଟାରେ ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଡେଇଁଥିଲା । କିନ୍ତୁ ଆଜି ଦିନ ସାଢେ ୧୧ଟା ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ତାପମାତ୍ରା ୩୮.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ୩୭.୪ ଡିଗ୍ରୀ ସହ ଦ୍ୱିତୀୟରେ ଝାରସୁଗୁଡା ଓ ସମ୍ବଲପୁର ରହିଛନ୍ତି । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଚାନ୍ଦବାଲି ୩୭.୨, ହୀରାକୁଦ ୩୬.୯ ଓ ରାଉରକେଲା ୩୬.୬ ଡିଗ୍ରୀ ରହିଛି ପାରଦ ।

ଗତକାଲି ତୁଳନାରେ ଆଜି ତାପମାତ୍ରାରେ ୫ରୁ ୬ ଡିଗ୍ରୀ କମିଛି । ଗତକାଲି ଦିନ ସାଢେ ୧୧ଟାରେ ଭୁବନେଶ୍ୱରରେ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ଡେଇଁଥିଲା । ୩୯.୮ ଡିଗ୍ରୀ ସହ ଭୁବନେଶ୍ୱର ଏବେ ରାଜ୍ୟର ସର୍ବାଧିକ ଉତପ୍ତ ସହର ପାଲଟିଥିଲା । ଆଉ ଆଜି ରାଜଧାନୀରେ ତାପମାତ୍ରା ଏବେ ୩୬.୨ ଡିଗ୍ରୀ ରହିଛି । ଅସହ୍ୟ ଗରମରେ କୁଲର ତ ଦୂରର କଥା ଏସି ମଧ୍ୟ କାମ କରୁନି, ଯାହା ରାଜଧାନୀବାସୀଙ୍କୁ ଆହୁରି କଲବଲ ହେଉଛନ୍ତି । ଆଜି ଖରା ସାମାନ୍ୟ କମିଥିଲେ ହେଁ ଗରମରେ କଲବଲ ଲୋକେ ।

More Stories