Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗୋଧନେଶ୍ୱର ଶୈବପୀଠ ରେ ଉଠିଲା ଚୈତ୍ର ଦଣ୍ଡ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ମହାନଦୀ କୂଳରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା ଗୋଧନେଶ୍ଵରଙ୍କ ଚୈତ୍ର ଦଣ୍ଡ ବିଳମ୍ବିତ ରାତିରେ ଉଠିଛି । ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ପରେ ୧୩ ଭୁକ୍ତାଙ୍କୁ ନେଇ ଦଣ୍ଡ ଉଠାଯାଇଥିଲା । ପ୍ରଥମ ଦିନ ଏହି ଦଣ୍ଡ ନିଜ ଗାଁ ରେ ଦଣ୍ଡ ଓ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି। ଏହା ପରଦିନ ଠାରୁ ଏହି ଦଣ୍ଡ ବିଭିନ୍ନ ଗ୍ରାମ ବୁଲି ମହାବିଷୁବ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଏହା ଉଦଯାପିତ ହେବ । ଏହି ଦଣ୍ଡ ଯାତ୍ରାରେ ଷୋଳ ସୁଆଙ୍ଗ ପରିବେଷଣ କରାଯାଉଛି। ଯାହାକି ସମାଜରେ ଏକ ଶିକ୍ଷଣୀୟ କଥାବସ୍ତୁ ରହିଛି। ଏହି ଶୈବପୀଠ ଠାରୁ ଦଣ୍ଡ ନୃତ୍ୟ ପ୍ରାଚୀନ କାଳରୁ ଆରମ୍ଭ ହୋଇଥିବା ଐତିହାସିକ ମାନେ ମତ ଦିଅନ୍ତି। ସାଧାରଣତଃ ତିନୋଟି ଭାଗରେ ଏହି ନୃତ୍ୟ ହୋଇଥାଏ। ଅପରାହ୍ନରେ ଧୁଳି ଦଣ୍ଡ , ସନ୍ଧ୍ୟାରେ ପାଣି ଦଣ୍ଡ ଓ ରାତିରେ ସୁଆଙ୍ଗ ଦଣ୍ଡ ଏପରି ତିନୋଟି ଭାଗରେ ଦଣ୍ଡୁଆମାନେ ନିଜ ଶରୀରରୁ କଷ୍ଟ ଦେଇ ଜୀବ ଜଗତର ମଙ୍ଗଳ ପାଇଁ ପ୍ରଭୁ ମହାଦେବ ଙ୍କୁ ଆରାଧନା କରିଥାନ୍ତି। ପୁରପଲ୍ଲୀରେ ଏହି ଦଣ୍ଡ ନୃତ୍ୟକୁ ଅତ୍ୟନ୍ତ ଭକ୍ତି ସହକାରେ ଲୋକମାନେ ପାଳନ କରିଥାନ୍ତି। ଏହି ଦଣ୍ଡ ନୃତ୍ୟ ପ୍ରତି ଲୋକଙ୍କ ଆଗ୍ରହ ରହିଥିବାବେଳେ ଅତ୍ୟନ୍ତ କାଷ୍ଟା ଓ ଶ୍ରଦ୍ଧାର ସହ ଗ୍ରାମ ଗୁଡିକରେ ଏହି ଦଣ୍ଡ ନୃତ୍ୟ କରାଯାଇଥାଏ। ସେହିପରି ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ସୁନାରୀବେଣି ସ୍ଥିତ ବାବା ସପ୍ନଶ୍ଵର ମହାଦେବଙ୍କ  ଚୈତ୍ର ଦଣ୍ଡ ମଧ୍ୟ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଉଠାଯାଇଛି ।