ଲକ୍ଷ୍ମୀପୁର ୦୬/୦୪ .. କୋରାପୁଟ ଲୋକସଭା ଅଧିନସ୍ତ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ପ୍ରତ୍ୟକ ନିର୍ବାଚନ ରେ ଏକ ଚର୍ଚିତ ନିର୍ଵାଚନ ମଣ୍ଡଳି ହୋଇ ରହିଆସିଛି। ଚଳିତ ନିର୍ବାଚନ ରେ ବିଜେଡ଼ି ପ୍ରଥମ ପର୍ଯାୟରେ ୭୨ଟି ଦ୍ୱିତୀୟ ପର୍ଯ୍ୟାୟ ରେ ୨୭ ଓ ତୃତୀୟ ପର୍ଯ୍ୟାୟରେ ୯ଟି ବିଧାନସଭା ଆସନ ର ପ୍ରାଥୀ ଘୋଷଣା କରିଥିଲେ ସୁଧା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ର ପ୍ରାର୍ଥୀ ଘୋଷଣା କରାଯାଇ ପାରିନାହିଁ। ଏହି ନିର୍ବାଚନ ମଣ୍ଡଳି ରେ ବିଜେଡ଼ି ଦଳ ସକାଶେ ଅଧା ଡଜନ ରୁ ଉର୍ଧ୍ଵ ଆଶାୟୀ ପ୍ରାର୍ଥୀ ରହିଥିଲେ, ବର୍ତ୍ତମାନ ୨ରୁ ୩ଜଣ ଆଶାୟୀ ପ୍ରାର୍ଥୀ ରହିଥିବା ବେଳେ ବର୍ତ୍ତମାନ ର ବିଧାୟକ ପ୍ରଭୁ ଯାନୀ ଓ କଂଗ୍ରେସ ଛାଡି ବିଜେଡି ରେ ଯୋଗଦେଇ ଥିବା କୈଳାଶ ଚନ୍ଦ୍ର କୁଲେଶିକା ଙ୍କୁ ସପ୍ତାହକ ତଳେ ଶଙ୍ଖ ଭବନ ରେ ଡକରା ହୋଇଥିବା କାରଣରୁ ସେହିଦିନ ଠାରୁ ଭୁବନେଶ୍ୱର ରେ ଡେରା ପକାଇ ରହିଛନ୍ତି, ଉଭୟେ ଉଭୟ ଙ୍କ ପାଇଁ କଣ୍ଟା ସାଜି କି ରହିଥିବା ବେଳେ କୌଣସି ଅଙ୍କ ଛିଣ୍ଡି ପାରୁନଥିବା ଜଣାପଡୁଛି।ବିଶେଷ ସୂତ୍ର ରୁ ଜଣା ପଡିଛି କି ଦଳ କୈଳାଶ କୁଲେଶିକା ଙ୍କ ପତ୍ନୀ ଯିଏ କି ବର୍ତ୍ତମାନ ଲକ୍ଷ୍ମୀପୁର ବ୍ଳକ ଅଧ୍ୟକ୍ଷା ଶୁଆଇ କୁଲେଶିକା ଙ୍କୁ ଦଳ ଟିକେଟ ପ୍ରଦାନ କରିବା ସକାଶେ ନିଷ୍ପତି ନେଇଥିଲା କିନ୍ତୁ କୈଳାଶ ଏଥିରେ ରୋକ ଠୋକ ମନା କରିଥିବା ସହ ଟିକେଟ ପ୍ରଦାନ କରିବାର ଅଛି ଯଦି ତାଙ୍କୁ ଦିଆଯାଉ ବୋଲି କହିଥିବା ଶୁଣା ଯାଉଛି।ଅନ୍ୟ ପକ୍ଷରେ ଦଳ ରନିଙ୍ଗ ବିଧାୟକ ଙ୍କୁ କିପରି ଟିକେଟ ରୁ ବଂଚିତ କରିବ ତାର ମାନସ ମନ୍ଥନ ଚାଲିଥିବା ବେଳେ ଅଂଚଳ ର ପରଫର୍ମାନ୍ସ ଉପରେ ଓ ଗୋଇନ୍ଦା ରିପୋର୍ଟ କୁ ତର୍ଜମା କରୁଛି, ଅନ୍ୟ ପକ୍ଷରେ ଯାହା ଚର୍ଚ୍ଚା ହେଉଛି କଂଗ୍ରେସ ଛାଡି ବିଜେଡି ରେ ଯୋଗ ଦେଇଥିବା ନେତା କୈଳାଶ କୁ ଯେଉଁ ପ୍ରତିଶୃତି ଦେଇ ଦଳ ରେ ସାମିଲ କରାଯାଇଛି ତାହା କାହାକୁ ଅଛୁପା ନଥିବା ବେଳେ ତାଙ୍କୁ ମଧ୍ୟ କେଉଁ ସ୍ଥିତି ରେ ଟିକେଟ ପ୍ରଦାନ କରାଯିବ ନାହିଁ ତାହାକୁ ନେଇଁ ଜୋରଦାର ଆଲୋଚନା ହଉଥିବା ଶୁଣିବାକୁ ମିଳିଛି। ଗତ ୩ ବର୍ଷ ରୁ ଉର୍ଧ୍ଵ ହେଲା କୈଳାଶ ବିଜେଡି ରେ ଯୋଗ ଦେଇ ଦଳ କୁ ଆଗକୁ ନେବାରେ ସହାୟକ ହୋଇ ପଞ୍ଚାୟତ ନିର୍ବାଚନ ରେ ତାଙ୍କ ପତ୍ନୀ ଙ୍କୁ ବିଜେଡ଼ି ସମର୍ଥିତ ଅଧ୍ୟକ୍ଷା କରିବାରେ ସମର୍ଥ ହୋଇଥିଲେ । ବର୍ତ୍ତମାନ ମଧ୍ୟ ଅଞ୍ଚଳ ରେ ତାଙ୍କ ଦବଦବା ରହିଛି। ଗୋଇନ୍ଦା ରିପୋର୍ଟ କୁ ଆଧାର କରି କୋଟପାଡ଼ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ,ପଟାଙ୍ଗୀ ବିଧାୟକ ପ୍ରିତମ ପାଢ଼ୀ ଭଳି ନେତା ଙ୍କୁ ଦଳ ଟିକେଟ ପ୍ରଦାନ କରିନାହିଁ, ତେଣୁ ଲକ୍ଷ୍ମୀପୁର ର ବର୍ତ୍ତମାନ ର ବିଧାୟକ ଙ୍କୁ ମଧ୍ୟ ଟିକେଟ ପ୍ରଦାନ କରିବ କି ନାହିଁ ତାହା ସନ୍ଦେହ ସ୍ଥିତି ରେ ରହିଛି,ଦୁଇ ଜଣଙ୍କ କୋଳି ରେ ତୃତୀୟ ଙ୍କୁ ଲାଭ ଭଳି ନୀତି ବିଜେଡ଼ି ଦଳ ଅବଲମ୍ବନ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଦିନ ଥିଲା ସମସ୍ତେ କହୁଥିଲେ ଦଳ ର ଆମେ ଜଣେ ଜଣେ ଶୃଙ୍ଖଳିତ ନେତା ଓ ଦଳ ଯାହାକୁ ଟିକେଟ ଦେଲେ ମଧ୍ୟ ଆମେ ସମସ୍ତେ ମିଶିକି ଦଳର ପ୍ରାର୍ଥୀଙ୍କୁ ବିଜୟୀ କରାଇବୁ ବୋଲି କହୁଥିଲେ, ବର୍ତ୍ତମାନ କିନ୍ତୁ ଯାହା ଜଣାପଡୁଛି ସବୁ ଓଲଟା ପାଲଟା,ପ୍ରାର୍ଥୀ ଘୋଷଣା ନହଉନୁ ଚା ଖଟି ରେ ଅନେକ ସମାଲୋଚନା କଥା ଶୁଣିବାକୁ ମିଳୁଥିବା ବେଳେ ଉଭୟ କୈଳାଶ ଓ ପ୍ରଭୁ ଯାହାକୁ ମଧ୍ୟ ଟିକେଟ ନ ମିଳିଲେ ଦଳ ପରିବର୍ତ୍ତନ କରିବା ସହ ଯାହାକୁ ଟିକେଟ ମିଳିଲେ ଅନ୍ୟ ଜଣେ ବିରୋଧ କରିବା ବ୍ୟବସ୍ତା ନିହାତି କରିବେ ବୋଲି ଆଲୋଚନା ଜୋର ଧରିଛି।ଅନ୍ୟ ପକ୍ଷରେ ବିଜେଡ଼ି ଯଦି ଲକ୍ଷ୍ମୀପୁର ଆସନ ରେ ସଠିକ ପ୍ରାର୍ଥୀ ଙ୍କୁ ଚୟନ ନକରେ ତାହେଲେ ସାଂସଦ ସିଟ ଆପଣାଇବା ନିହାତି ଭାବେ କଷ୍ଟକର ହେବ ବୋଲି ଜଣା ପଡୁଛି, କାରଣ ରାୟଗଡା ରେ ଅନୁସୂୟା ମାଝୀ ଙ୍କୁ ଟିକେଟ ପ୍ରଦାନ କରାଯାଇ ଥିବା କାରଣ ରୁ ବିଜେଡ଼ି ରେ ବିଦ୍ରୋହ ରହିଥିବା ବେଳେ କୋରାପୁଟ ଓ ପଟାଙ୍ଗୀ ଅଞ୍ଚଳ ରେ ମଧ୍ୟ ସେମିତି ବିରୋଧାଭାସ ଜାରିରହିଛି।