Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅମର ପାଲି ରେ ବିଜେପି ର ପ୍ରତିଷ୍ଠା ଦିବସ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଗ୍ରାମରେ ବିଜେପିର ୪୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସୁବଳୟା ମଣ୍ଡଳ ସାଧାରଣ ସମ୍ପାଦକ ଅଶୋକ ସାହୁ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବହଳପଦର ପଞ୍ଚାୟତ ସଭାପତି ଲକ୍ଷୀନ୍ଦ୍ର ପ୍ରଧାନ , ସୁବଳୟା ମଣ୍ଡଳ ଉପସଭାପତି ଶେଷଦେବ ମାଝୀ , ମଣ୍ଡଳ ସଦସ୍ୟ ଅଚ୍ୟୁତ ପଣ୍ଡା , ମଧୁ ସୁଦନ ସାହୁ , ଚନ୍ଦ୍ର ଶେଖର ସାହୁ , ହିମାଂଶୁ ଶେଖର ସାହୁ , ବିଭୀଷଣ ଦନ୍ତା , ମଙ୍ଗୁଳୁ ଘିବିଲା ପ୍ରମୁଖ ଯୋଗଦେଇ ବିଜେପି ର ପ୍ରତିଷ୍ଠା ର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ମତବ୍ୟକ୍ତ କରିଥିଲେ। ଏହା ସହିତ ଆଗାମୀ ନିର୍ବାଚନରେ ବିଜେପିର ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀ ଙ୍କୁ କିଭଳି ବିଜୟୀ କରାଇବେ ସେ ନେଇ କର୍ମୀ ଙ୍କ ଭୂମିକା ଉପରେ ଆଲୋଚନା କରାଯାଇଥିଲା । ଶେଷରେ ଶେଷଦେବ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।