ବୀରମହାରାଜପୁର ରେ ବିଜେଡି ଛାଡିଲେ ବହୁ ନେତା ଓ ଦଳୀୟ କର୍ମକର୍ତ୍ତା

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ରୁ ବିଜେଡି ଟିକେଟ ପାଇଁ ଆବେଦନ କରିଥିବା ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଙ୍କୁ ଶେଷ ମୁହୂର୍ତ୍ତରେ ଦଳ ମୁଖିଆ ଟିକେଟ ଦେଇ ନଥିବା ପ୍ରତିବାଦରେ ଆଜି ବହୁ ନେତା , ଶତାଧିକ ବିଜୁ ଜନତା ଦଳର କର୍ମକର୍ତ୍ତା ଓ କର୍ମି ସଂଘବଦ୍ଧ ଭାବେ ଦଳରୁ ଇସ୍ତଫା ଦେଇଥିଲେ l ଏଥିରେ ବ୍ଲକ ଅଧ୍ୟକ୍ଷା, ଉପାଧକ୍ଷ , ବହୁ ସରପଞ୍ଚ , ସମିତି ସଭ୍ୟ ଆଦି ମଧ୍ୟ ରହିଛନ୍ତି I ଦଳରେ ଥିବା ବିଭିନ୍ନ ପଦପଦବୀ ତଥା ପ୍ରାଥମିକ ସଦସ୍ୟ ରୁ ଇସ୍ତଫାପତ୍ର ଦଳ ସଭାପତି ଙ୍କ ପାଖକୁ ପଠାଇ ଦେଇଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି l ଅସନ୍ତୁଷ୍ଟ ନେତା ଶ୍ରୀ ଲୁହା ଙ୍କୁ ସମର୍ଥନ କରି ସାମ୍ବାଦିକମାନଙ୍କ ଆଗରେ ପ୍ରକାଶ କରିଥିଲେ ଯେ ସେମାନେ ବିଜେଡିରେ ରହି ଲଗାତାର ତିନିଥର ପର୍ଯ୍ୟନ୍ତ ପଦ୍ମନାଭ ବେହେରା ଙ୍କୁ ବହୁ ଭୋଟରେ ବୀରମହାରାଜପୁର ବିଧାନସଭା ଆସନରୁ ଜିତାଇଥିଲେ I ସେ ଜଣେ ବିଦେଶୀ ହୋଇଥିବାବେଳେ ଏ ଅଞ୍ଚଳ ପ୍ରତି ଅଣଦେଖା କରୁଥିବାରୁ ଜଣେ ଯୁବନେତା ତଥା ବ୍ଲକ ଉପାଧ୍ଯକ୍ଷ ନାରାୟଣ ଲୁହା ଙ୍କୁ ବିଜେଡି ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ କରିବାକୁ ଦଳ ମୁଖିଆଙ୍କୁ ଅନୁରୋଧ କରିଥିଲେ I ତାଙ୍କର ସଂଗଠନ ତାଙ୍କ ଛାତ୍ର ଅବସ୍ଥାରୁ ଥିବା ବେଳେ ସେ ସବୁବେଳେ ଏ ଅଞ୍ଚଳର ଲୋକଙ୍କ ଦୁଖଃ ସୁଖରେ ସାଥି ହୋଇ ଥିବାରୁ ତାଙ୍କ ସମର୍ଥକ ତଥା ବ୍ୟକ୍ତିଗତ କର୍ମୀ ହଜାର ହଜାର ସଂଖ୍ୟାରେ ଅଛନ୍ତି I ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରତି ବହୁ ଲୋକଙ୍କ ଆସ୍ଥା ରହିଥିବା ଦୃଷ୍ଟିରୁ ବିପୁଳ ଭୋଟରେ ନାରାୟଣ ଲୁହା ଜିତିବାର ସମ୍ଭାବନା ଥିବା କଥା ମଧ୍ୟ ଦଳ ମୁଖିଆଙ୍କୁ ଜଣାଇଥିଲେ I ତା ସତ୍ତ୍ୱେ ଶେଷ ମୁହୂର୍ତ୍ତରେ ବିଦେଶୀ କୁ ଟିକେଟ ଦେବା ଦଳ ପ୍ରତି ବିପଦ ଦେଖାଦେଇଛି I ମା ମାଟିର ଛୁଆ , ନାରାୟଣ ଲୁହା , ନାରାଦେଇ ସୋମବାର ଅସନ୍ତୁଷ୍ଟ ସମସ୍ତ ଦଳୀୟ କର୍ମୀ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇ ବିକଳ୍ପ ପନ୍ଥା ନିର୍ଦ୍ଧାରଣ କରିବା ପୂର୍ବକ ପଦ୍ମନାଭ ବେହେରା ଙ୍କୁ ବୀରମହାରାଜପୁର ବିଧାୟକ ଆଉ କରାଇ ନ ଦେବାକୁ ଶପଥ ନେଇଛନ୍ତି I