Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଗନ୍ଧମାର୍ଦ୍ଦନ ପାହାଡରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ, ବିଳମ୍ବିତ ରାତିରୁ ଚାଲିଛି ଫାୟରିଂ

ବରଗଡ: ବଗରଡ ଜିଲ୍ଲାର ଗନ୍ଧମାର୍ଦ୍ଦନ ପାହାଡରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ । ଗତକାଲି ବିଳମ୍ବିତ ରାତିରୁ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ବର୍ତମାନ ଏବେ ମଧ୍ୟ ଅପରେସନ ଜାରି ରହିଛି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଉଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସୁରକ୍ଷାକର୍ମୀମାନେ ଗନ୍ଧମାର୍ଦ୍ଦନ ପାହାଡ଼ରେ ସର୍ଚ୍ଚ ଅପରେସନ ଚଳାଇଥିଲେ। ଏହି ସମୟରେ ହଠାତ୍ ଅପର ପାର୍ଶ୍ୱରୁ ଆଖିବୁଜା ଫାୟାରିଂ ହେବା ଆରମ୍ଭ ହେଲା ଏହାର ପାଲଟା ଜବାବରେ ସୁରକ୍ଷା କର୍ମୀମାନେ ବି ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଗୁଳି ବିନିମୟ ହେବା ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିବା ଜଣାଯାଇଛି।ଏଥିରେ କେହି ମୃତାହତ ହୋଇଥିବାର ସୂଚନା ମିଳିନି।

ସୁରକ୍ଷା କର୍ମୀ ଗନ୍ଧମାର୍ଦ୍ଦନ ପାହାଡ଼ରେ ଥିବା ବହୁ ନକ୍ସଲ କ୍ୟାମ୍ପକୁ ଧ୍ୱଂସ କରିବା ସହ ସର୍ଚ୍ଚ ଅପରେସନ ବେଳେ ବହୁ ବିସ୍ଫୋରକ ସାମଗ୍ରୀ, ଗୋଳା ବାରୁଦ ଆଦି ଜବତ ହୋଇଥିବା ଜଣାଯାଇଛି। ନକ୍ସଲମାନେ ଛତିଶଗଡ଼ର ବୋଲି ସୂଚନା ମିଳୁଥିବା ବେଳେ ଓଡ଼ିଶାରେ ରହି ସେମାନେ ବିଭିନ୍ନ ଯୋଜନା କାର‌୍ୟ୍ୟକାରୀ କରୁଥିବା ଅନୁମାନ କରାଯାଉଛି। ଖବର ପାଇ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଉଥିବା ଜଣାଯାଇଛି।

More Stories