Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦେଉଳି ରେ ଚାରି ଶମ୍ଭୁ ଙ୍କ ମହାମିଳନ ଉତ୍ସବ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବ ର ପଞ୍ଚାୟତ ର ଦେଉଳି ଗ୍ରାମରେ ଚାରି ଶମ୍ଭୁ ଙ୍କ ମହାମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏଥିରେ ବୌଦ୍ଧ ଜିଲ୍ଲା କପିଳେଶ୍ଵର , ଗୁନ୍ଦଲିଆ ଗ୍ରାମ ଗୁପ୍ତେଶ୍ଵର , ସ୍ଵପ୍ନେଶ୍ଵର ବାବା ଏବଂ ବିଳାସପୁର ଗ୍ରାମ ସୋମନାଥ ଙ୍କ ମଧ୍ୟରେ ଭେଟ ଉତ୍ସବ ପାଳିତ ହୋଇଥିଲା I ଏ ଅବସରରେ ଚାରି ଶମ୍ଭୁ ଙ୍କୁ ଏକତ୍ର ପୂଜାର୍ଚ୍ଚନା କରାଯିବା ପରେ ପାଣି ଦଣ୍ଡ , ଧୂଳି ଦଣ୍ଡ ସହ ରାତିରେ ବିଭିନ୍ନ ଦଣ୍ଡ ସୁଆଙ୍ଗ ନୃତ୍ୟ ଆଦି ପରିବେଷଣ କରିଥିଲେ I ସକାଳେ ବୀରମହାରାଜପୁର ଜଗନ୍ନାଥ ମନ୍ଦିର ପରିସର ରୁ ଶମ୍ଭୁ ମାନଙ୍କର ଏକ ସାଂସ୍କୁତିକ ଶୋଭାଯାତ୍ରା ବାହାରି ଦେଉଳି ଗାଁ ରେ ପହଂଚି ଥିଲେ I ଏ ଅବସରରେ ଆଖ ପାଖ ଗ୍ରାମ ର ବହୁ ଲୋକଙ୍କ ସମାଗମ ହୋଇଥିଲା l