Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁଦର୍ଶନ ଙ୍କ ପାଇଁ ଅସମ୍ଭାଳ ହେବ କି ଗୋଷ୍ଠୀ କନ୍ଦଳ?

ରେଙ୍ଗାଲି ଆସନ ରୁ ବିଜେଡି ପ୍ରାର୍ଥୀ ଙ୍କ କୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନାଜଳ୍ପନା ଆକଳନ ର ଅନ୍ତଃ ଘଟାଇ ବିଜେଡି ସୁପ୍ରିମୋ ସମସ୍ତ ଙ୍କୁ ଚମକାଇ ଦେଇ ଧନକଉଡା ଜୋନ୍ (୨) ସୁଦର୍ଶନ ହରିପାଲ ଙ୍କୁ ଟିକେଟ ଦେଲେ। ଟିକେଟ ଦୌଡ ରେ ଚର୍ଚ୍ଚା ରେ ନଥିବା ସୁଦର୍ଶନ ହରିପାଲ ଙ୍କ ଭଲି ଜଣେ ଲୋ-ପ୍ରଫାଇଲ୍ ନେତା ଙ୍କୁ ଦଳିୟ ଟିକେଟ ମିଳିବା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ଅନେକ ଚର୍ଚ୍ଚିତ ନେତା ଦୀର୍ଘ ବର୍ଷ ଧରି ଟିକେଟ ପାଇଁ କସରତ କରି ବିଫଳ ହେବାରୁ ଏବେ ସେମାନେ ହତାସ୍ ନିରାଶ ହୋଇ ଭବିଷ୍ୟତ ରେ କି କାର୍ଯ୍ୟପନ୍ଥା ନେବେ ଅଙ୍କ କଷିବା ରେ ଲାଗିଛନ୍ତି।
ସୁଦର୍ଶନ ଙ୍କୁ ତ ଟିକେଟ ମିଲିଗଲା। ଏବେ ଦଳ ରେ ଥିବା ଗୋଷ୍ଠୀ କନ୍ଦଳ ତାଙ୍କ ପାଇଁ ଅସମ୍ଭାଳ ହେବ କି ବୋଲି ରାଜନୈତିକ ମହଲ ରେ ଚର୍ଚ୍ଚା ଆରମ୍ଭ ହୋଇଛି। ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ରେ ନବ ଦାସ,ସୁଶାନ୍ତ ସିଂହ, ଏବଂ ରୋହିତ ପୂଜାରୀ ୩ ଗୋଷ୍ଠୀ ସକ୍ରିୟ ରହି ଦଳ ଏହି ୩ ଗୋଷ୍ଠି ଦ୍ବାରା ପରିଚାଳିତ। ଏହା ଛଡା ଜନତା ଦଳ ରୁ ବିଜେଡି ଦଳ ପର୍ଯ୍ୟନ୍ତ ଦଳ ରେ ରହିଥିବା କିଶୋର ମହାନ୍ତି ଙ୍କ ଗୋଷ୍ଠୀ ନିଜକୁ ସ୍ବାଭିମାନୀ ବିଜେଡି କର୍ମୀ ବୋଲି ପରିଚୟ ଦେଇ ଦଳ ରେ ଆମକୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ କରି ବିଗତ ଦିନ ରେ ସଭା ସମିତି କରିଥିବାର ନଜିର୍ ରହିଛି। ତଥାକଥିତ ସ୍ବାଭିମାନୀ ବିଜେଡି କର୍ମୀ ଙ୍କୁ ଦଳ ରେ କୋଣଠେସା କରି ଦିଆ ଯାଉଛି ବୋଲି କ୍ଷୋଭ ପ୍ରକାଶ କରି ଆସୁଥିବା ବେଳେ ନବ ଦାସ ଙ୍କ ମୃତ୍ୟ ପରେ ତାଙ୍କ ଗୋଷ୍ଠୀ ରୁ କେତେକ ନବ ଦାସ ଙ୍କ ଛାମୁଆଁ ନେତା ଅଲଗା ହୋଇ ଛୋଟ ଗୋଷ୍ଠୀ ଗଠନ କରି ଦଳରେ ନିଜସ୍ବ ପରିଚୟ ପାଇଁ ପ୍ରୟାସ ରତ। ଏସବୁ ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କରି ପରସ୍ପର ଗୋଷ୍ଠୀ ମଧ୍ଯ ରେ ସମନ୍ବୟ ଆଣି ଏକଜୁଟ କରି ନିର୍ବାଚନ ଯୁଦ୍ଧ ରେ ଲଢେଇ କରିବାରେ କେତେ ଦୂର ସକ୍ଷମ ହେବେ ସୁଦର୍ଶନ ହରିପାଲ ତାହା ଏବେ ଚର୍ଚ୍ଚା ର ବିଷୟ ହୋଇଛି । ଗୋଟିଏ ପଟେ ଗୋଷ୍ଠୀ କନ୍ଦଳ ତ ଅନ୍ୟ ପଟେ ଟିକେଟ ରୁ ବଞ୍ଚିତ ଆଶାୟୀ ସୁଦର୍ଶନ ଙ୍କୁ ନିର୍ବାଚନ ରେ ଆନ୍ତରିକତା ର ସହିତ ସହଯୋଗ କରିବେ ନା ଗୋଛି କାଟିବେ ବୋଲି ଚର୍ଚ୍ଚା ହେଉଛି । ସୁଚିତ ଯେ ରେଙ୍ଗାଲି ବ୍ଲକ ଅଞ୍ଚଳ ରୁ ବିଜେଡି ଟିକେଟ ପାଇଁ ୧୦ ରୁ ଅଧିକ ଆଶାୟୀ ଲବି କରିଥିଲେ। ତୃତୀୟ ମହଲା ରୁ କୁଆଡେ ଆଶାୟୀ ଙ୍କ ମଧ୍ଯ ରୁ କେତେକଙ୍କୁ ଟିକେଟ ନିଶ୍ଚିତ ବୋଲି ସବୁଜ ସଙ୍କେତ ଦିଆଯାଇଥିଲା। ସବୁଜ ସଙ୍କେତ ପାଇଥିବା ଆଶାୟୀ ଗାଁ ଗାଁ ବୁଲି ଜନ ସମ୍ପର୍କ ଅଭିଯାନ ଫୁଟବଲ,କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ,ଶୀତ ଋତୁ ରେ କମ୍ବଳ ବଣ୍ଟନ ,ନାମଯଜ୍ଞ,ଯାତ୍ରା ଆଦି ପର୍ବପର୍ବାଣୀ ରେ ଯୋଗ ଦେଇ ଅଯାଚିତ ଚାନ୍ଦା ଦାନ ଆଦି କରି ପ୍ରକ୍ରିୟା ରେ ଲାଗି ପଡିଥିଲେ। ମୋର ଟିକେଟ ପକ୍କା ବୋଲି କେତେକ ଆଶାୟୀ କହି ବୁଲୁଥିଲେ। ଟିକେଟ ଘୋଷଣା ସେମାନଙ୍କୁ ଆଘାତ ଦେଇଛି। ଟିକେଟ ବଞ୍ଚିତ ଙ୍କ ମଧ୍ଯ ରୁ କେତେକ ସ୍ବାଧିନ ପ୍ରାର୍ଥୀ ରୂପେ ଛିଡା ହେବାକୁ ଅଣ୍ଟା ଭିଡୁଛନ୍ତି। ଏଭଲି ସ୍ଥିତି ରେ ଟିକେଟ ରୁ ବଞ୍ଚିତ ହୋଇ ଥିବା ଆଶାୟୀ ଆନ୍ତରିକତା ର ସହ ସହଯୋଗ କରିବା ଆଶାକ୍ଷୀଣ। ଜନସାଧାରଣ ରେ ଅପେକ୍ଷାକୃତ କମ୍ ପରିଚିତ ଥିବା ସୁଦର୍ଶନ ହରିପାଲ ବିଜେପି ରୁ ପ୍ରାର୍ଥୀ ହୋଇଥିବା ଅଭିଜ୍ଞ ନେତା ନାଉରୀ ନାଏକ ଓ କଂଗ୍ରେସ ପ୍ରାର୍ଥୀ ଦିଲୀପ ଧୁରିଆ ଙ୍କ ସହିତ ଲଢେଇ ରେ ଅବତୀର୍ଣ୍ଣ । । ଟିକେଟ ବଞ୍ଚିତ ଆଶାୟୀ ଙ୍କ ମାନଭଞ୍ଜନ ଓ ବିଜେଡି ର ଗୋଷ୍ଠୀ କନ୍ଦଳ ସୁଦର୍ଶନ ଙ୍କ ପାଇଁ ଅସମ୍ଭାଳ ହେବ ନା ସବୁ ସମ୍ଭାଲି ନେଇ ନିର୍ବାଚନ ବୈତରଣୀ ପାରି ହେବେ ସମୟ କହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories