Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅମରପାଲି ରାତ୍ରି କାଳୀନ କ୍ରିକେଟ କପରେ ବହଲପଦର ଓ ଅମରପାଲି ଦଳ ସେମିଫାଇନାଲ ରେ ପ୍ରବେଶ

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସ୍ଥିତ ଭଗବାନ ସାହୁ ଖେଳ ପଡିଆରେ ଚାଲିଥିବା ରାତ୍ରି କାଳୀନ କ୍ରିକେଟ କପ୍ ର ଦ୍ଵିତୀୟ ସନ୍ଧ୍ୟାରେ ବହଳପଦର ଓ ଅମରପାଲି ଦଳ ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଥିଲେ l ପ୍ରଥମ ମ୍ୟାଚ ରେଢ଼ାଖୋଲ ର ସାଇବେରନି ଓ ବହଲପଦର ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ବହଲପଦର ଦଳ ବିଜୟୀ ହୋଇଥିଲା I ସେହିପରି ଦ୍ଵିତୀୟ ମ୍ୟାଚ ବାରଝୁଲା ଓ ଅମରପାଲି ମଧ୍ୟରେ ଅନୁଷ୍ଠିତ ହୋଇ ବାରଝୁଲା ଦଳ ପରାସ୍ତ ହୋଇଥିଲା I କେନ୍ଦୁପାଲି ଓ ଅମର ପାଲି ମଧ୍ୟରେ ହୋଇଥିବା ତୃତୀୟ ମ୍ୟାଚ ରେ କେନ୍ଦୁପାଲି ଦଳ ପରାଜୟ ବରଣ କରିଥିଲା I ପୁଲ-ବି ର ପ୍ରଥମ କ୍ୱାଟର ଫାଇନାଲରେ ବହଲପଦର ଦଳ ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ କରିଥିଲା l ସେହିପରି ଅମରପାଲି ଓ ଲୁତୁରପଙ୍କ ମଧ୍ୟରେ ହୋଇଥିବା ଦ୍ଵିତୀୟ କ୍ୱାଟର ଫାଇନାଲ ମ୍ୟାଚରେ ଲୁତୁରପଙ୍କ ହାରି ଯାଇ ଥିବାରୁ ଅମରପାଲି ଦଳ ଦ୍ଵିତୀୟ ଦଳ ଭାବେ ସେମି ଫାଇନାଲ ରେ ପ୍ରବେଶ କରିଥିଲା l ଖେଳ ଗୁଡିକ ସମ୍ବିତ ମାଝୀ , ଶ୍ରୀତମ ପ୍ରଧାନ , ମୁକେଶ ସେଠ , ଦିଲ୍ଲିପ ପଧାନ , ସୁମନ ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ପିତାମ୍ବର ସାହୁ ଓ ଅମିତ ପ୍ରଧାନ ଧାରା ବିବରଣୀ ପ୍ରଦାନ କରିଥିଲେ I