Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁବଳୟା ରେ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଦାବି

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଟି ଅବହେଳିତ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି I ସ୍ଥାନିୟ ଅଞ୍ଚଳବାସୀ ଦିର୍ଘ ଦିନ ହେଲା ଦାବି କରି ଆସୁଥିଲେ ସୁଦ୍ଧା ଏ ଯାଏ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ର ମାନ୍ୟତା ପ୍ରଦାନ କରାଯାଇ ନାହିଁ I ବାରମ୍ବାର ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ I ଆଖ ପାଖ ଗ୍ରାମର ପ୍ରାୟ 40 ହଜାର ରୁ ଉର୍ଦ୍ଧ୍ଵ ଲୋକ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ଜଣାପଡ଼ିଛି I ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି I ବିଭିନ୍ନ ପଞ୍ଚାୟତ ର ସରପଞ୍ଚ , ସମିତି ସଭ୍ୟ ଙ୍କ ସହିତ ବହୁ ସଚେତନ ନାଗରିକ ତଥା ଅଞ୍ଚଳ ବାସୀଙ୍କ ସ୍ଵାକ୍ଷର ଦାବିପତ୍ର ରେ ରହିଥିବା ପ୍ରକାଶ I