Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁରରେ କର୍ଫ୍ୟୁ ଜାରି; ଇଣ୍ଟରନେଟ ସେବା ବନ୍ଦ

ସମ୍ବଲପୁର: ସମ୍ବଲପୁର ସହରରେ ଅନିର୍ଦ୍ଦିଷ୍ଟ କାଳ ଯାଏ କର୍ଫ୍ୟୁ ଲାଗୁ ହୋଇଛି। ଗତକାଲି ରାତି ୧୨ଟାରୁ ଏହି କର୍ଫ୍ୟୁ ଲାଗୁ ହୋଇଛି। ଜିଲ୍ଲା ପ୍ରଶାସନ ଏହି କର୍ଫ୍ୟୁ ଲାଗୁ କରିଥିବା ଏସପି ସୂଚନା ଦେଇଛନ୍ତି। କର୍ଫ୍ୟୁ ସମୟରେ କେହି ଘରୁ ବାହାରିପାରିବେ ନାହିଁ। ଘରୁ ବାହାରିବା ଉପରେ କଟକଣା ଲଗାଇଛି ପ୍ରଶାସନ। ଏହି ଅବଧି ମଧ୍ୟରେ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ରହିବ ବୋଲି ଏସପି ସୂଚନା ଦେଇଛନ୍ତି।

ଶୁକ୍ରବାର ସଂଧ୍ୟାରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଚାଲିଥିଲା। ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟାରେ ସମ୍ବଲପୁର ସହରରେ ହୋଇଥିବା ହିଂସା ଘଟଣାରେ ସ୍ଥାନୀୟ ପୋଲିସ ୩୨ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ତେବେ ସୂଚନା ଅନୁଯାୟୀ ସକାଳ ୮ରୁ ୧୦ଟା ଓ ୩ଟା୩୦ରୁ ୫ଟା ୩୦ ଯାଏ କର୍ଫ୍ୟୁ ସାମାନ୍ୟ କୋହଳ କରାଯାଇଛି। ଏହି ସମୟରେ ଲୋକେ ନିଜ ନିଜର ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ। ପରିସ୍ଥିତି ଉପରେ ନଜର ରଖିବାକୁ ୪୨ ଫ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।