Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୁଠିପଦର ରେ ଅଷ୍ଟ ପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବୁଠିପଦର ଗ୍ରାମରେ ଅଷ୍ଟ ପ୍ରହରୀ ନାମ ଯଜ୍ଞର ତୃତୀୟ ବର୍ଷ ଅବସରରେ ଶନିବାର କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସକାଳୁ ସୁରୁବାଲି ଜୋର ଘାଟ ନିକଟରେ ଗଙ୍ଗା ମାତାଙ୍କୁ ଆବାହନ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ସେଠାରୁ ପୂର୍ଣ୍ଣ କଳସି ଧରି ଶତାଧିକ ମହିଳା ପୁରୁଷ ଏକ ଆଧ୍ୟାତ୍ମିକ ପରିବେଶରେ ନଗର ପରିକ୍ରମା କରି ନାମ ମଣ୍ଡପ ଠାରେ କଳସ ସ୍ଥାପନ କରିଥିଲେ । ଏଥିରେ ପୂଜକ ମୁରଲୀ ପୁଝାରୀ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ପୁରନ୍ଦର ପଧାନ ଓ ଧର୍ମପତ୍ନୀ କର୍ତ୍ତା ଦାଇତ୍ୱ ତୁଲାଇଥିଲେ। ରବିବାର ସକାଳୁ ଅଧିବାସ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରମୋଦ କୁମାର ପଣ୍ଡା , ମଦନ ପଧାନ , ଇନ୍ଦ୍ରଜିତ ପଧାନ ଓ ଜିତେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।