Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଠିପଦର ଓ ଟେଭାପଦର ଅଷ୍ଟପ୍ରହର ନାମଯଜ୍ଞ ଉଦଯାପିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବୁଠିପଦର ଗ୍ରାମରେ ତୃତୀୟ ଅଷ୍ଟପ୍ରହରୀ ନାମଯଜ୍ଞ ସୋମବାର ଉଦଯାପିତ ହୋଇଯାଇଛି । ରବିବାର ସକାଳୁ ପୂଜାର୍ଚ୍ଚନା ପରେ ନାମଯଜ୍ଞ ର ଅଧିବାସ ଆରମ୍ଭ ହୋଇଥିଲା। ଅଞ୍ଚଳର ୩୦ ରୁ ଉର୍ଦ୍ଧ୍ବ ସଂକୀର୍ତ୍ତନ ଦଳ ଯୋଗଦେଇ ଥିଲେ ।ଏଥିରେ ପୂଜକ ମୁରଲୀ ପୁଝାରୀ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ପୁରନ୍ଦର ପଧାନ ଓ ଧର୍ମପତ୍ନୀ କର୍ତ୍ତା ଦାଇତ୍ୱ ତୁଲାଇଥିଲେ। ପ୍ରମୋଦ କୁମାର ପଣ୍ଡା , ମଦନ ପଧାନ , ଇନ୍ଦ୍ରଜିତ ପଧାନ , ଜିତେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ପିତାମହୁଲ ପଞ୍ଚାୟତ ଅନ୍ତର୍ଗତ ଟେଭାପଦର ଗ୍ରାମରେ ଅନୁଷ୍ଠିତ ହୋଇଥିବା ଅଷ୍ଟ ପ୍ରହରୀ ନାମ ଯଜ୍ଞ ମଧ୍ୟ ପୂର୍ଣ୍ଣାହୁତି ହୋଇଛି। ଉଦଯାପନୀ ଉତ୍ସବରେ ସଂକୀର୍ତ୍ତନ ବୈଠକି ଅନୁଷ୍ଠିତ ହୋଇଥିଲା। ଏଥିରେ ଗ୍ରାମର ସମସ୍ତ ଜନସାଧାରଣ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ