Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବର୍ଷବର୍ଷ ଧରି ଅସମ୍ପୂର୍ଣ୍ଣ ଥିବା ଟେଭା ପତର କଲ୍ଯାଣ ମଣ୍ଡପ ସମ୍ପୂର୍ଣ୍ଣ ହେବ କେବେ ?

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ ପଞ୍ଚାୟତ ଅନ୍ତର୍ଗତ ଟେଭାପଦର ଠାରେ ନିର୍ମାଣଧିନ କଲ୍ୟାଣ ମଣ୍ଡପ ୩ ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ପଡି ରହିଛି। ଦିନକୁ ଦିନ ଲୋକସଂଖ୍ୟା ବୃଦ୍ଧି ହେତୁ ଅଞ୍ଚଳରେ ସଭା ସମିତି, ବୈଠକ , ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସ୍ଥାନ ନାହିଁ। ଏପରିକି କୈାଣସି ସରକାରୀ ତଥା ବେସରକାରୀ ସ୍ତରରେ ମଧ୍ୟ ବଡଗୃହ ନାହିଁ। ଫଳରେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ବର୍ଷ ହେଲା ଲାଗି ରହିଥିବା ସମସ୍ୟାର ସମାଧାନ ଲକ୍ଷ୍ୟରେ ସରକାର ଏଠାରେ କଲ୍ୟାଣ ମଣ୍ଡପ ପାଇଁ ୨୦୨୦-୨୧ ରେ ୩୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ଖୁବଶୀଘ୍ର ଲୋକଙ୍କ କାର୍ଯ୍ୟରେ ଲାଗିବା ନେଇ କଲ୍ୟାଣ ମଣ୍ଡପ ନିର୍ମାଣ କାମ ଆରମ୍ଭ ହୋଇଥିଲା। କିନ୍ତୁ ଛାତ ପର୍ଯ୍ୟନ୍ତ କାମ କରି ଅଧାପନ୍ତରିଆ ଭାବେ ଛାଡି ଦେଇଥିଲେ। ୩୫ ଲକ୍ଷ ଟଙ୍କା ବ୍ୟୟ ରେ ଅର୍ଦ୍ଧ ନିର୍ମିତ କୋଠା ଭିତରେ ଓ ବାହାରେ ଅନାବନା ଗଛଲତା ଉଠି ଭୂତକୋଠି ପାଲଟିଛି । ଅସମ୍ପୂର୍ଣ୍ଣ କୋଠାରେ ଚୋର , ଡକାୟତ , ଜୁଆଡି ଙ୍କ ଆଡ୍ଡା ସ୍ଥଳ ପାଲଟି ଯାଇଥିବା ବେଳେ ସେଠାରେ ଅସାମାଜିକ ଲୋକଙ୍କ ଆର୍ଡା ଜମୁଛି। ସରକାରୀ ଯୋଜନା ବିପର୍ଯ୍ୟସ୍ତ ଅବସ୍ଥା ନେଇ ତ୍ରୀବ ଅସନ୍ତୋଷ ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଅଞ୍ଚଳବାସୀଙ୍କ ଦାବି ପ୍ରତି ସମ୍ମାନ ଜଣାଇ ଅସମ୍ପୂର୍ଣ୍ଣ କଲ୍ୟାଣ ମଣ୍ଡପ ଟି ସମ୍ପୂର୍ଣ୍ଣ କରିବାକୁ ଦାବି ହେଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ