Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଖଇରମାଳ ରାମଲୀଳା ମହୋତ୍ସବ 54 ବର୍ଷ ରେ ପଦାର୍ପଣ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଇରମାଲ ଗ୍ରାମରେ ରାମଲୀଳା ମହୋତ୍ସବ 54 ବର୍ଷ ଧରି ଚାଲିଥିବା ବେଳେ ଏହା ଶ୍ରୀ ରାମ ନବମୀ ଠାରୁ ଆରମ୍ଭ ହୋଇ 14 ଦିନ ଧରି ଅନୁଷ୍ଠିତ ହେବ I ଗ୍ରାମର ରଘୁନାଥ ନାଟ୍ୟ ସଂସଦ ଏହାର ଆୟୋଜକ ଏବଂ ଶତାଧିକ ବ୍ରତଧାରୀ ଶ୍ରୀ ରାମ ଙ୍କ ଭକ୍ତ ତଥା ରାମ ଲୀଳା ରେ ସମ୍ପୃକ୍ତ I ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗ୍ରାମବାସୀ ସଂକଳ୍ପ କରି ବ୍ରତ ପାଳନ କରୁଛନ୍ତି I ଆରମ୍ଭରୁ ପ୍ରତିଦିନ ରାତିରେ ନାଟକ ମାଧ୍ୟମରେ ରାମ ଜନ୍ମ , ସୀତା ବିବାହ , ରାମ ବନବାସ , ସୀତା ଚୋରୀ , ସୀତା ଠାବ, ବାଳି ବଧ , ଇନ୍ଦ୍ରଜିତ ବଧ ଆଦି ଲୀଳା ନାଟକ ପରିବେଷଣ କରାଯାଏ I ଇନ୍ଦ୍ରମଣି ବଗର୍ତ୍ତୀ , ଧରଣୀଧର ବିଶି , ଗଣ୍ଡା ରାମ ବିଶି , ସନ୍ତୋଷ ବିଶି , ପଞ୍ଚାନନ ଖେତି ପ୍ରମୁଖ ଶ୍ରୀରାମ , ଲକ୍ଷ୍ମଣ , ସୀତା , ରାବଣ ଆଦି ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଜଣାପଡିଛି I