Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁବଳୟାର ବିଶିଷ୍ଟ ବ୍ୟବସାୟୀ ବୁଦ୍ଧୁରାମ ଅଗ୍ରୱାଲ ଙ୍କ ହୃଦଘାତରେ ପରଲୋକ

ବିରମହlରାଜପୁର : (ସୌମିତ୍ରି ମେହେର) ସୁବଳୟା ର ବିଶିଷ୍ଟ ବ୍ୟବସାୟୀ ବୁଦ୍ଧୁରାମ ଅଗ୍ରୱାଲଙ୍କ ଶୁକ୍ରବାର ଭୁବନେଶ୍ୱରର ଏକ ଘୋରାଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ପରଲୋକ ଘଟିଛି । ଶ୍ରୀ ଅଗ୍ରୱାଲ ହୃଦଘାତରେ ମୃତ୍ୟୁବରଣ କରିଥିବା ଜଣାଯାଇଛି l ଏହି ଖବର ପ୍ରଚାରିତ ହେବା ପରେ ସୁବଳୟା ତଥା ସୁବର୍ଣ୍ଣପୁର ଜିଲାରେ ଶୋକର ଛାୟା ଖେଳିଯାଇଛି l ବୁଧୁରାମ ଅଗ୍ରୱାଲ ୮୧ବର୍ଷ ରେ ପଦାର୍ପଣ କରିଥିବା ବେଳେ ସେ ଜଣେ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ବ୍ୟବସାୟୀ ଭାବରେ ପରିଚିତ ଏବଂ ସମସ୍ତଙ୍କ ଆପଣାର ହୋଇଥିଲେ । ଖବର ପ୍ରସାରିତ ହେବାପରେ ତାଙ୍କର ସମସ୍ତ ବନ୍ଧୁ ପରିଜନ ତଥା ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶନିବାର ତାଙ୍କ ସୁବଳୟା ଗ୍ରାମ ସ୍ଥିତ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା I ଏକ ମାତ୍ର ପୁଅ ଆନନ୍ଦ ଅଗ୍ରୱାଲ ମୁଖାଗ୍ନି ଦେଇଥିଲେ I