Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କୁଚିଣ୍ଡାରେ ଗୋଟିଏ ନାରା ବାଜିବ ଯୋଡିଶଙ୍ଖ, ହସିବ କୁଚିଣ୍ଡା

ସମ୍ବଲପୁର:ସମ୍ବଲପୁର ଲୋକସଭା କ୍ଷେତ୍ର ଅର୍ନ୍ତଗତ କୁଚିଣ୍ଡାଠାରେ ବିଜୁ ଜନତା ତରଫରୁ ହାଇଭୋଲଟେଜ ପ୍ରଚାର ଦେଖିବାକୁ ମିଳିଛି । ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ବିଧାନସଭା ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆଙ୍କ ପାଇଁ ବିପୁଳ ଜନସମର୍ଥନ ଦେଖିବାକୁ ମିଳିଥିଲା । ବିଶାଳ ବାଇକ ରାଲିରେ ପ୍ରଣବ ପ୍ରକାଶଙ୍କୁ ପାଛୋଟି ଅଣିଥିଲେ ସମର୍ଥକ । ଏହି ଅବସରରେ କଲେଜ ଛକ ପଡିଆରେ ଆୟୋଜିତ ସଭାରେ ଉଦବୋଧନ ଦେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନବାଣରେ ଘେରିଥିଲେ ପ୍ରଣବ ପ୍ରକାଶ ଦାସ ।
ପ୍ରଣବ ପ୍ରକାଶ ଦାସ କୁଚିଣ୍ଡାରେ ପହଞ୍ଚିବା ପରେ ହଜାର ହଜାର ସଂଖ୍ୟାରେ ସମର୍ଥକମାନେ ତାଙ୍କୁ ସ୍ୱାଗତ କରିଥିଲେ । ମନ୍ଦିର ଛକରୁ ବସଷ୍ଟାଣ୍ଡ ଦେଇ କଲେଜ ଛକ ପର୍ଯ୍ୟନ୍ତ ଏକ ବିଶାଳ ବାଇକ ରାଲି ର ଆୟୋଜନ କରାଯାଇଥିଲା । ବାଇକ ରାଲି ଦେଖି ଏହା ପ୍ରଣବଙ୍କ ପାୱାର ସୋ ବୋଲି ବିରୋଧୀ ଶିବିରରେ ହଟଚମଟ ସୃଷ୍ଟି ହୋଇଛି । ସଭାରେ ଯୋଗଦେଇ ନିଜର ସମର୍ଥକମାନଙ୍କୁ କୃତଜ୍ଞତା ଜଣାଇଥିଲେ ପ୍ରଣବ । ଜୟ ମା ସମଲେଶ୍ୱରୀ କି ଜୟ .. କହି ଉଦବୋଧନ ଦେବା ଆରମ୍ଭ କରିଥିଲେ । ବିଗତ ନିର୍ବାଚରେ କୁଚିଣ୍ଡାବାସୀ ଶଙ୍ଖ ଚିହ୍ନ ଉପରେ ଭରସା ରଖି ବିଧାୟକ ପ୍ରାର୍ଥୀଙ୍କୁ ଜିତାଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଥିଲେ । ତାଙ୍କର ଗୋଟିଏ ଭୋଟ ପାଇଁ ଆଜି କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ଅନେକ ବିକାଶମୂଳକ କାମ ହୋଇପାରିଛି । କିନ୍ତୁ ସାଂସଦ ଭାବରେ ଯାହାକୁ ନିର୍ବାଚିତ କରିବାକୁ ଆପଣମାନେ ଯାହାକୁ ଭୋଟ ଦେଇଥିଲେ ସେ ଆପଣଙ୍କ ଗାଁ ମାଟି ମାଡିନାହାନ୍ତି ବୋଲି କହିଥିଲେ । ଏ ଅଞ୍ଚଳ, ଖଣିଜ ସମ୍ପଦ ସମ୍ପନ୍ନ ଅଟେ । ନାଲକୋ , ଏମସିଏଲ ଭଳି କେନ୍ଦୀୟ ଖଣିଜ ସଂସ୍ଥା ଏହି ଅଞ୍ଚଳରୁ ଖଣିଜ ପଦାର୍ଥ ଉତ୍ତୋଳନ କରି ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ଲାଭ କରୁଛନ୍ତି । ପ୍ରତିବଦଳରେ ଆପଣ ମାନଙ୍କୁ ଦେଉଛନ୍ତି କଣ ? କେବଳ ଧୁଆଁ ଓ ପାଉଁଶ । ସେହିଭଳି କୁଚିଣ୍ଡା ଅଞ୍ଚଳର ଲୋକେ ବର୍ଷକରେ ଥିରେ କେନ୍ଦୁପତ୍ର ତୋଳି ରୋଜଗାର କରନ୍ତି । କର୍ପୋରେଟ ପ୍ରେମରେ ପଡିଥିବା କେନ୍ଦ୍ର ସରକାର ସହି କେନ୍ଦୁପତ୍ରରେ ୧୮ ପ୍ରତିଶତ ଜିଏସଟି ଲଗାଇଛନ୍ତି । ମୁଖ୍ୟମନ୍ତ୍ରୀ ବାରମ୍ବାର ନିବେଦନ କଲା ସତ୍ତ୍ୱେ କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର କରୁନ୍ତାହାନ୍ତି । ଏ ସର୍ମ୍ପକରେ ଆପଣ ନିର୍ବାଚିତ କରିଥିବା ସାଂସଦ ଦିନେହେଲେ କେନ୍ଦ୍ର ସରକାର ଙ୍କୁ ପଚାରିନାହାନ୍ତି । କେନ୍ଦ୍ରରେ ବସିଥିବା ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ପାଇଁ ଓଡିଶା ଏକ ବିନ୍ଦୁ ସମାନ । କିନ୍ତୁ ବିଜୁ ଜନତା ଦଳ ପାଇଁ ଏହା ଏକ ପରିବାର । ତେଣୁକରି ଏବେ ସମୟ ଆସିଛି ଆପଣମାନେ ଏହାର ବିଚାର କରନ୍ତୁ । ଚଳିତ ନିର୍ବାଚନରେ ଥରେ ନୁହେଁ ଦୁଇଥର ଶଙ୍ଖ ଚିହ୍ନରେ ଭୋଟ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରନ୍ତୁ ବୋଲି ନିବେଦନ କରିଥିଲେ । ସଭାସ୍ଥଳରୁ ଗୋଟିଏ ନାରା ଦେଇଥିଲେ । ଯୋଡିଶଙ୍ଖ ବାଜିବ କୁଚିଣ୍ଡାବାସୀ ହସିବ ।ଏହି କାର୍ଯ୍ୟକ୍ରମରେ କୁଚିଣ୍ଡା ବିଧାନସଭା ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆ ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିବାବେଳେ ହଜାର ହଜାର ସଂଖ୍ୟାରେ କର୍ମୀ ଓ ସମର୍ଥକ ମାନେ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।