Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆପତ୍ତି ଅଭିଯୋଗ ପାଇଁ ମୋବାଇଲ ନମ୍ବର ଜାରି କଲେ ଖର୍ଚ୍ଚ ପର୍ଯ୍ୟବେକ୍ଷକ

ବୀରମହାରାଜପୁର : (ସୌମିତ୍ରି ମେହେର) ଆସନ୍ତା ମଇ ୨୦ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟରେ ମତଦାନ ହେବ । ଏହି ପରିପେକ୍ଷୀରେ ନିର୍ବାଚନକୁ ଅବାଧ , ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଭାରତୀୟ ନିର୍ବାଚନ କମିଶନଙ୍କ ତରଫରୁ ୧୦ -ବଲାଙ୍ଗିର ସଂସଦୀୟ କ୍ଷେତ୍ରର ସୁବର୍ଣ୍ଣପୁର ଜିଲ୍ଲାର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ରୂପେ ବାୱକର ସ୍ୱପ୍ନିଳ ଶରଦ (ଆଇଆରଏସ), ଓ ଜିଲ୍ଲା ଅନ୍ତର୍ଗତ ୬୪ – ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୬୫- ସୋନପୁର ନିର୍ବାଚନ ମଣ୍ଡଳୀ ନିମନ୍ତେ ପ୍ରମୋଦ ପି ଶାହକର (ଆଇଆରଏସ) ନିର୍ବାଚନ ଖର୍ଚ୍ଚ ତଦାରଖ କରିବାକୁ ଜିଲ୍ଲାରେ ଆସି ପହଞ୍ଚିଛନ୍ତି। ଖର୍ଚ୍ଚ ପର୍ଯ୍ୟବେକ୍ଷକ ପ୍ରମୁଖ ସ୍ଥାନୀୟ ସର୍କିଟ ହାଉସ ଠାରେ ଅବସ୍ଥାନ କରୁଥିବା ବେଳେ ଜିଲ୍ଲାରେ ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ପ୍ରମୁଖ ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ନିମନ୍ତେ ମୋବାଇଲ ନମ୍ବର ଜାରି କରିଛନ୍ତି । ବୀରମହାରାଜପୁର ଓ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ କୌଣସି ଅଭିଯୋଗ ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ପ୍ରମୋଦ ପି ଶାହକର ଙ୍କୁ ମୋବାଇଲ ନମ୍ବର ୮୨୮୦୮୬୮୯୫୧ ରେ ଏବଂ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବଲାଙ୍ଗିର ଲୋକସଭା ସାଂସଦ କ୍ଷେତ୍ର ନିମନ୍ତେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ବାୱକର ସ୍ୱପ୍ନିଳ ଶରଦ ଙ୍କୁ ମୋବାଇଲ ନମ୍ବର ୯୪୩୭୧୦୩୪୧୮ ରେ ଫୋନ ମାଧ୍ୟମରେ ନିର୍ବାଚନୀ ଖର୍ଚ୍ଚ ବାବଦରେ କୌଣସି ଅଭିଯୋଗ ସିଧାସଳଖ ଜଣେଇ ପାରିବେ । ନିର୍ବାଚନ ଶେଷ ଯାଏଁ ଏହି ନମ୍ବର ଉପଲବଧ ରହିବ । ଜନସାଧାରଣ ଏହାର ଉଚିତ ବିନିଯୋଗ କରିବାକୁ ଅନୁରୋଧ କରାଯାଇଛି l