Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବଡଖମାର ଗ୍ରାମରେ ବାବା ସାହେବ ଆମ୍ବେଦକର ଙ୍କ ଜୟନ୍ତୀ ପାଳିତ

ବୀରମହାରାଜାପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡଖମାର ଗ୍ରାମରେ ସୋମବାର ସନ୍ଧ୍ୟାରେ ବାବା ସାହେବ ଆମ୍ବେଦକରଙ୍କ 133 ତମ ଜୟନ୍ତୀ ପାଳିତ ହୋଇଯାଇଛି I ସନ୍ତୋଷ କୁମାର ମହାନନ୍ଦ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ଯକ୍ରମରେ ବୀରମହାରାଜପୁର ଆମ୍ବେଦକର ସେବା ସଂଘର ସଭାପତି ଅନାଦି ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସ୍ଵେଚ୍ଛାସେବୀ ଶାନ୍ତି ଜଗଦଲl ମୁଖ୍ୟ ବକ୍ତାଭାବେ ଯୋଗଦେଇ ଥିଲେ I ଅନ୍ୟମାନଙ୍କ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ସଭାପତି ପ୍ରଦୀପ କୁମାର ଜାଲ , ନବୀନ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ l ଅତିଥି ମାନେ ଆମ୍ବେଦକରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ I ଗଦାଧର ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଧରମୁ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ l