Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଜି ନୀବନଙ୍କ ମାରାଥନ ପ୍ରଚାର, ୪ ଜିଲ୍ଲାରେ ମାଗିବେ ଭୋଟ

ଭୁବନେଶ୍ବର: ଆଜି ବିଜେଡିର ଷ୍ଟାର ପ୍ରଚାରକ ସାଜିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ ଜିଲ୍ଲା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ ମାଗିବେ ଭୋଟ । ପ୍ରଥମେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନୀ ପ୍ରଚାର କରିବେ ନବୀନ । ପୂର୍ବାହ୍ନରେ କୋରାପୁଟ ଓଏମପି ପଡ଼ିଆରେ ଜନସଭାରେ ଉଦବୋଧନ ଦେବେ । ଏହାପରେ ନବରଙ୍ଗପୁର ମାଝିଗୁଡ଼ା ଗ୍ରାଉଣ୍ଡରେ ରହିଛି ନବୀନଙ୍କ ନିର୍ବାଚନୀ ରାଲି ।

ଅପରାହ୍ଣରେ ରାୟଗଡ଼ା ଟିକିରି ମୁସୁରିପଲ୍ଲାର ଛକ ଠାରେ ସାଧାରଣ ସଭାରେ ଯୋଗ ଦେବେ । ପରେ ଗଜପତିର ପାରଳାଖେମୁଣ୍ଡି ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ସମ୍ବୋଧନ କରିବେ । ପ୍ରଥମ ପର୍ଯ୍ୟାୟରେ ଏହି ୪ଟି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ ।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ତାରିଖ ଅଳ୍ପ ଦିନ ବାକି ଥିବା ବେଳେ କଂଗ୍ରେସ, ବିଜେପି ଓ ବିଜେଡିର ହେଭିୱେଟ ନେତାମାନେ ନିଜ ନିଜର ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରୁଛନ୍ତି ।