Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବଡ ଖମାର ଗ୍ରାମ ତୈଲିକ ବୈଶ୍ୟ ସାମାଜ ପୂର୍ବ ସଭାପତି ଗୋପିନାଥ ସାହୁଙ୍କ ପରଲୋକ

ବୀରମହାରାଜାପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ପୂର୍ବତନ ତୈଲିକ ବୈଶ୍ୟ ସାମାଜ ର ସଭାପତି ଗୋପିନାଥ ସାହୁ (92)ଙ୍କ ପରଲୋକ ହୋଇଯାଇଛି I ସେ ବ୍ଲକ ର ବଡଖମାର ଗ୍ରାମ ସଙ୍ଗ୍ରାମୀ ସ୍ଵର୍ଗତଃ ଲକ୍ଷ୍ମଣ ସାହୁଙ୍କ ପୁତ୍ର ହୋଇଥିବା ବେଳେ କିଛିଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡିତ ଥିଲେ I କଂଗ୍ରେସ ଦଳ ର ଜଣେ ବରିଷ୍ଠ କର୍ମୀ ହିସାବରେ ଏବଂ ବୈଦ୍ଯ ରାଜ ଭାବେ ଅଞ୍ଚଳରେ ଜଣାଶୁଣା ଥିଲେ I ଜଣେ ଧାର୍ମିକ ବ୍ୟକ୍ତି ଭାବେ ପରିଚିତ ଥିବା ବେଳେ ପେସାରେ ଅମିନ ଭାବେ କାର୍ଯ୍ୟ କରୁଥିଲେ I ତାଙ୍କ ଶେଷ ସମୟରେ ସ୍ତ୍ରୀ ରୁକ୍ମଣୀ , ବଡ ପୁଅ କିଶୋର , ଗୋକୁଳାନନ୍ଦ , ପୁରୁଷୋତ୍ତମ ପୁତ୍ର ବଧୁ ରାମେଶ୍ୱରୀ , ପ୍ରେମଶିଳା , ସୁନି ତାଙ୍କ ଝିଅ କମଳୀନୀ, ନନ୍ଦିନୀ ପ୍ରମୁଖ ଙ୍କ ସହ ନାତି ନାତୁଣୀ ସବୁ ଉପସ୍ଥିତ ଥିଲେ l ତାଙ୍କ ଶେଷକୃତ୍ୟ ନିକଟସ୍ଥ ଚନ୍ଦିଲି ଗ୍ରାମ ଶ୍ମଶାନରେ ଅନୁଷ୍ଠିତ ହୋଇଯାଇଛି I