ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତ ର ବଡ଼ମାଳ ଗ୍ରାମ ରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ ଦାବିରେ ଗ୍ରାମବାସୀ ତହସିଲଦାର ଙ୍କ କାର୍ଯ୍ୟାଳୟ ପହଁଚି ଥିଲେ I ତହସିଲଦାର ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ତହସିଲଦାର ସ୍ଵାଗତ କୁମାର ପଣ୍ଡା ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି l ଅଭିଯୋଗ ଅନୁସାରେ ଗ୍ରାମର କେତେକ ଖଳ ପ୍ରକୃତିର ଲୋକ ସରକାରୀ ଜମିକୁ ବେଆଇନ ଭାବେ ଜବର ଦଖଲ କରିଥିବାରୁ ଗ୍ରାମ ଲୋକେ ଯିବାଆସିବା କରିବା ରେ ବହୁ ସମସ୍ୟା ଦେଖା ଦେଇଛି l ଆଗରୁ ଏ ସମ୍ପର୍କରେ ଦାବି କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ନ ହେବାରୁ ସୋମବାର ବହୁସଂଖ୍ୟାରେ ଗ୍ରାମବାସୀ ତହସିଲଦାର ଙ୍କ ପାଖରେ ଆସି ପହଁଚି ପୁନର୍ବାର ଦାବି ଜଣାଇଥିଲେ I ଗ୍ରାମର ୱାର୍ଡ଼ ସଭ୍ୟ ବାବୁ ପଧାନ , ଦାମୋଦର ମହାକୁର , ମେନକା ପଧାନ , ଶକୁନ୍ତଳା ଭୋଇ ଆଦି ଙ୍କ ନେତୃତ୍ଵରେ ବହୁ ମହିଳା ଓ ପୁରୁଷ ଏଥିରେ ସାମିଲ ଥିଲେ I