Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜମିବ ପ୍ରଚାର: ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦିନିକିଆ ପ୍ରଚାର କାର୍ଯ୍ୟକ୍ରମରେ ଆଜି ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ପ୍ରଥମେ ଭବାନୀପାଟଣା ଓ ପରେ ରାୟଗଡ଼ାରେ ବିଜେପି ପାଇଁ ନିର୍ବାଚନୀ ପ୍ରଚାର କରିବେ ରାଜନାଥ । ସେହିପରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ମଧ୍ୟ ଦୁଇ ଦିନିଆ ଗସ୍ତରେ ଆଜି ଓଡ଼ିଶା ଆସୁଛନ୍ତି । ଉଭୟ କେନ୍ଦ୍ରୀୟ ନେତା ବିଜେପି ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।
ସୂଚନା ଅନୁସାରେ, ଦିନ ୧୨ଟା ୪୦ରେ ହେଲିକପ୍ଟର ଯୋଗେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୋଲିସ ଗ୍ରାଉଣ୍ଡରେ ପହଞ୍ଚିବେ ରାଜନାଥ ସିଂହ । ଦିନ ଗୋଟାଏରେ ସ୍ଥାନୀୟ ଲାଲ୍ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ବିଶାଳ ସାଧାରଣ ସଭାରେ ଉଦବୋଧନ ଦେବେ । ଏଥିରେ ଜିଲ୍ଲା ବିଜେପି ସଭାପତି, ଜିଲ୍ଲା ବିଜେପି ପ୍ରଭାରୀ, କଳାହାଣ୍ଡି ବିଜେପି ସାଂସଦ ପ୍ରାର୍ଥୀ ମାଳବିକା ଦେଓଙ୍କ ସମେତ ଜିଲ୍ଲାର ବିଜେପି ବିଧାୟକ ପ୍ରାର୍ଥୀ ମାନେ ଯୋଗଦେବେ ।
ଏହାପରେ ଅପରାହ୍ନ ୨ଟା ୪୦ରେ ଭବାନୀପାଟଣାର କାର୍ଯକ୍ରମ ସାରି ରାୟଗଡ଼ା ଅଭିମୁଖେ ଯାତ୍ରା କରିବେ ରାଜନାଥ । ଅପରାହ୍ଣ ୩ଟା ୧୦ରେ ରାୟଗଡ଼ା ସହର ବାରିଝୋଲା ରୋଡ୍ ଆଇଏସିଆର ଗ୍ରାଉଣ୍ଡରେ ଜନସଭାକୁ ସମ୍ବୋଧିତ କରିବେ ରାଜନାଥ । ରାଜନାଥଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉଭୟ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ବିଜେପି ଶିବିରରେ ଉତ୍ସାହ ଖେଳିଯାଇଛି । ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୋଲିସ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ସେହିପରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଆଜି କୋରାପୁଟ ଜିଲ୍ଲାର ୩ଟି ସ୍ଥାନରେ ସଭା କରି ବିଜେପି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ । ଏହାପରେ ଆସନ୍ତାକାଲି ନବରଙ୍ଗପୁରରେ ବି ୩ ସଭା କରିବାର କାର୍ଯ୍ୟକ୍ରମ ରହିଛି ।