Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗଞ୍ଜାମରେ ଲଜ୍ଜା: ନିଶା ଦେଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୮ ନାବାଳକ ଅଟକ BH

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଘଟିଛି ଲଜ୍ୟାଜନକ ଘଟଣା । ଥଣ୍ଡାପାନୀୟରେ ନିଶା ଦେଇ ଜଣେ ଛାତ୍ରୀଙ୍କୁ କରାଯାଇଛି ଗଣଦୁର୍ଷ୍କମ । ଘଟଣାରେ ୮ ଜଣ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଘଟଣାଟି ବ୍ରହ୍ମପୁର ସହରରେ ଘଟିଛି ।
ଅଭିଯୋଗ ଅନୁସାରେ ୩ ତାରିଖ ଦିନ ଛାତ୍ରୀ ଜଣଙ୍କ ପୁଅ ସହପାଠୀଙ୍କ ଘରକୁ କୌଣସି କାମରେ ଯାଇଥିଲେ । ଏହି ସମୟରେ ସହପାଠୀ ଜଣଙ୍କ ଘରେ ଏକା ଥିଲେ । ସେ ଛାତ୍ରୀଙ୍କୁ ଥଣ୍ଡା ପାନୀୟରେ ନିଶା ମିଶାଇ ପିଇବାକୁ ଦେଇଥିଲେ । ଯାହାକୁ ଛାତ୍ରୀ ଜଣକ ପିଇ ଦେଇଥିଲେ । ଛାତ୍ରୀଙ୍କୁ ନିଶା ହେବା ପରେ ପୁଅ ସହପାଠୀ ଜଣଙ୍କ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ପରେ ନାବାଳକ ନିଜର ୭ ଜଣ ସାଙ୍ଗକୁ ମଧ୍ୟ ଘରକୁ ଡାକିଥିଲେ । ସେମାନେ ମଧ୍ୟ ଛାତ୍ରୀଙ୍କୁ ଦୁର୍ଷ୍କମ କରିଥିଲେ।
ଛାତ୍ରୀ ଜଣଙ୍କ ଚେତା ଫେରିବା ପରେ ଘରକୁ ଫେରି ସବୁକଥା ପରିବାର ଲୋକଙ୍କୁ କହିଥିଲେ । ପରିବାର ଲୋକେ ଏନେଇ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାରେ ୮ ନାବାଳକଙ୍କୁ ଅଟକ ରଖି ସେମାନଙ୍କ ଡାକ୍ତରୀମାଇନା କରି଼ଥିବା ଜଣାପଡ଼ିଛି ।